ଗଜପତି: ଜିଲ୍ଲାର କାଶୀନଗର ବ୍ଲକର ହାଡୁଭାଙ୍ଗି ଠାରେ ଜବରଦଖଲ ଉଚ୍ଛେଦ ବେଳେ ଅଘଟଣ । ପାତରଅନ୍ତର ନୀତିରେ କିଛି ଲୋକଙ୍କ ଦୋକାନ ଘର ଭଙ୍ଗାଯାଇଥିବା ବେଳେ ଅନ୍ୟ କିଛିଙ୍କ ଦୋକାନ ଭାଙ୍ଗି ନଥିବାରୁ ଜଣେ ବିଧବା ମହିଳା ରେଣୁଆମ୍ମା ଆତ୍ମାହୁତି ଉଦ୍ୟମ କରିଥିଲେ । ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟକାଇଥିଲା । ଶାସକ ଦଳର ଲୋକଙ୍କ ଦୋକାନ ଭାଙ୍ଗାଯାଉନଥିବା ବେଳେ ତାଙ୍କ ପରି ଗରିବ ଲୋକଙ୍କ ଦୋକାନ ଭାଙ୍ଗି ଚୂରମାର କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ ଏଠାରେ ପ୍ରଶାସନ ସହ ଆଲୋଚନା କରି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜାରି ରଖିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏସଡିପିଓ ରାମକୃଷ୍ଣ ପତି । କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ କାମ ଦୀର୍ଘ ସମୟ ଅଟକିଥିଲା ଏବଂ କୌଣସି ପାତର ଅନ୍ତର ନୀତି ହୋଇଥିବା ଲୋକଙ୍କୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି କାଶୀନଗର ତହସିଲଦାର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ