ETV Bharat / state

ଡହଡହ ଖରା ସାଙ୍ଗକୁ ଦାଉ ସାଧୁଛି ଜଳକଷ୍ଟ: ପାଣି ପାଇଁ ଚଢୁଛନ୍ତି 2 କିମି ପାହାଡ, ଶୋଷ ମେଣ୍ଟାଉଛି ଚୁଆ - ଗଜପତି ଖବର

ଗଜପତି ଜିଲ୍ଲା ଢେପସାହି ଗାଁରେ ଜଳକଷ୍ଟ । ପାଣି ଟୋପାଏ ପାଇଁ ଚଢିବାକୁ ପଡେ ପାହାଡ । ଚୁଆ ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରନ୍ତି ଲୋକେ । ଅଧିକ ପଢନ୍ତୁ

ଖରା ସାଙ୍ଗକୁ ଦାଉ ସାଜୁଛି ଜଳ କଷ୍ଟ:ପିଇବା ପାଣି ପାଇଁ ଚଢିବାକୁ ପଡେ ପାହାଡ

author img

By

Published : Apr 29, 2022, 5:10 PM IST

Updated : Apr 29, 2022, 7:57 PM IST

ଗଜପତି: ଡହଡହ ଖରାରେ ଜଳକଷ୍ଟ । ପିଇବା ପାଣି ପାଇଁ ନିଇତି ଦହଗଞ୍ଜ । ରାତି ପାହିଲେ ଗରା ମାଠିଆ ଧରି ବାହାରି ପଡନ୍ତି ପୁରୁଷ ମହିଳା । ପାଣି ଟୋପାଏ ପାଇଁ ପାହାଡ ଚଢି ଯିବାକୁ ପଡେ ଦୁଇ କିଲୋମିଟର ବାଟ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ତାଳମୁଣ୍ଡି ପଞ୍ଚାୟତର ଢେପସାହି ଗାଁର ଲୋକେ ପ୍ରତ୍ୟକ ଦିନ ଭୋଗନ୍ତି ଏପରି ସମସ୍ୟା । ଆଦିବାସୀ ବହୁଳ ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି । ଏ ସମସ୍ୟା ନେଇ ବହୁବାର ବିଭାଗୀୟ ଅଧିକାରୀଙ୍କ ଠାରେ ଗୁହାରୀ କରିଛନ୍ତି ଗାଁ ଲୋକ । ହେଲେ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି ।

ଖରା ସାଙ୍ଗକୁ ଦାଉ ସାଜୁଛି ଜଳ କଷ୍ଟ:ପିଇବା ପାଣି ପାଇଁ ଚଢିବାକୁ ପଡେ ପାହାଡ
ଢେପସାହି ଗାଁରେ ୩୦ରୁ ଅଧିକ ପରିବାର ବାସବାସ କରନ୍ତି । ଏଠାରେ ନଳକୂପ ନ ଥିବାରୁ ଲୋକେ କୂଅରୁ ପିଇବା ପାଣି ସଂଗ୍ରହ କରୁଥିଲେ । ହେଲେ ତିତିଲି ବାତ୍ୟା ସମୟରେ କୂଅଟି ଭାଙ୍ଗି ଯିବାରୁ ତାହା ଏବେ ଲୋକଙ୍କ କାମରେ ଆସୁ ନାହିଁ । ସେହିଦିନ ଠାରୁ ଏଠାରେ ଜଳକଷ୍ଟ ଉତ୍କଟ ହେବାରେ ଲାଗିଛି । ପାହାଡ ଚଢି ଚୁଆରୁ ପାଣି ସଂଗ୍ରହ କରିଥାନ୍ତି ଗ୍ରାମବାସୀ । ସେହି ପାଣିରେ ଗାଁ ଲୋକେ ଶୌଚ ହେଉଥିବା ବେଳେ ତାହାକୁ ହିଁ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । ଯେଉଁଠି ପାଣିର ସମସ୍ୟା ରହିଛି ସେଠାରେ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ । ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ବସୁଧା ଯୋଜନା ? ଉପାନ୍ତରେ କାହିଁକି ବିକାଶ ଗାଡି ଚଢି ପାରୁନି ପାହାଡ ?

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Apr 29, 2022, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.