ETV Bharat / state

ପାରଳାଖେମୁଣ୍ଡି ପୌରାଞ୍ଚଳରେ ପଡିଲା ଭୋଟ - ପାରଳାଖେମୁଣ୍ଡି ପୌରାଞ୍ଚଳରେ ଭୋଟ ଗ୍ରହଣ

ଆଜି ସକାଳ ୮ଟାରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳର ୩୮ଟି ଏବଂ କାଶୀନଗର ଏନଏସିରେ ୧୩ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି । ଅଧିକ ପଢ଼ନ୍ତୁ

ପାରଳାଖେମୁଣ୍ଡି ପୌରାଞ୍ଚଳରେ ଭୋଟ ଗ୍ରହଣ
ପାରଳାଖେମୁଣ୍ଡି ପୌରାଞ୍ଚଳରେ ଭୋଟ ଗ୍ରହଣ
author img

By

Published : Mar 24, 2022, 6:19 PM IST

ପାରଳାଖେମୁଣ୍ଡି: ଆଜି ସକାଳ ୮ଟାରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳର ୩୮ଟି ଏବଂ କାଶୀନଗର ଏନଏସିରେ ୧୩ଟି ମତଦାନ କେନ୍ଦ୍ର ଭୋଟ ଗଦ୍ରହଣ ଆରମ୍ଭ ହୋଇସାରିଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାରଳାଖେମୁଣ୍ଡି ଠାରେ ଦୁଇଟି ଏବଂ କାଶୀନଗର ଠାରେ ଗୋଟିଏ ପିଙ୍କ ବୁଥ ମଧ୍ୟ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ପେଟ୍ରୋଲିଂକୁ କଡାକଡି କରାଯାଇଛି ।

ପାରଳାଖେମୁଣ୍ଡି ପୌରାଞ୍ଚଳରେ ଭୋଟ ଗ୍ରହଣ

ପାରଳାଖେମୁଣ୍ଡି ପୌରାଞ୍ଚଳରେ ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଦେଇଛନ୍ତି । ପୌରାଞ୍ଚଳର ୧୬ଟି ୱାର୍ଡ ମଧ୍ୟରୁ ଗୋଟିକରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବଳକା ୧୫ଟି ୱାର୍ଡ ପାଇଁ ୫୫ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି ।

ଏଠାରେ ୩୪,୦୭୬ଜଣ ଭୋଟର ଅଧ୍ୟକ୍ଷା ଏବଂ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । କାଶୀନଗର ଏନଏସି ଅଧୀନରେ ଥିବା ୧୩ଟି ୱାର୍ଡ ମଧ୍ୟରୁ ୪,୯,୧୦ ଏବଂ ୧୨ନମ୍ବର ୱାର୍ଡରେ ବିଜେଡି କାଉନ୍ସିଲର ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବଳକା ୯ଟି ୱାର୍ଡ ପାଇଁ ୨୧ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀ ଦେଇନଥିବା ବେଳେ ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା କାଉନସିଲର ଏବଂ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଭାଗ୍ୟ ୮,୧୪୯ଜଣ ଭୋଟର ନିର୍ଦ୍ଧାରଣ କରୁଛନ୍ତି ।

ଗଜପତିରୁ ହରିହର ପଟ୍ଟାନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.