ETV Bharat / state

ଦାଉ ସାଧୁଛି ଜଳ ସଙ୍କଟ: ୫୦୦ ଲୋକଙ୍କ ଶୋଷ ମେଣ୍ଟାଉଛି ୨ ନଳକୂପ - ଆଶ୍ରୟଗଡ଼ରେ ଜଳକଷ୍ଟ

ତାତି ଚଢୁଛି, ଜଳକଷ୍ଟ ବଢୁଛି । ରାତି ପାହିଲେ ଘାରୁଛି ପାନୀୟ ଜଳ ଚିନ୍ତା । କୋଟିକୋଟି ବ୍ୟୟ ଅଟକଳରେ ବିଛାଯାଇଛି ମାଳମାଳ ଯୋଜନା । ହେଲେ ଫଳ ଶୂନ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତର ଆଶ୍ରୟଗଡ ଗ୍ରାମରେ କନ୍ଦାଉଛି ଜଳକଷ୍ଟ । ଅଧିକ ପଢ଼ନ୍ତୁ

water problem in gajapati
ଆଶ୍ରୟଗଡ଼ରେ ଜଳ ଦୁର୍ଦ୍ଦଶା, ୫୦୦ ଲୋକଙ୍କ ଶୋଷ ମେଣ୍ଟାଉଛି ୨ଟି ନଳକୂପ
author img

By

Published : May 31, 2022, 3:55 PM IST

ଗଜପତି: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି । କୋଟି କୋଟି ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେଉଛି ମାଳମାଳ ଯୋଜନା । ମାତ୍ର ଖରାଦିନେ ପାଣିଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତର ଆଶ୍ରୟଗଡ ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ପ୍ରଶାସନ ପାଖରୁ ଦୁଇ ଦୁଇଟି ପାଣି ଟାଙ୍କି ବସିଛି । ବିଡ଼ମ୍ବନାର ବିଷୟ ସେଥିରେ ପାଣି ଆସୁନାହିଁ । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା କାର୍ଯ୍ୟ ଯୋଗୁଁ ସରକାରୀ ଯୋଜନା ଅକାମୀ ହୋଇପଡ଼ିଛି ।

ଆଶ୍ରୟଗଡ଼ରେ ଜଳ ଦୁର୍ଦ୍ଦଶା, ୫୦୦ ଲୋକଙ୍କ ଶୋଷ ମେଣ୍ଟାଉଛି ୨ଟି ନଳକୂପ

ଆଶ୍ରୟଗଡ ଗ୍ରାମରେ 5ଶହ ଲୋକ ବାସବାସ କରନ୍ତି । ହେଲେ ଗ୍ରାମବାସୀଙ୍କ ପାଣିର ସମସ୍ୟା କହିଲେ ନସରେ । ଏଠାରେ ପ୍ରଶାସନ ତରଫରୁ 2ଟି ପାଣି ଟାଙ୍କି ଆଗରୁ ବସାଯାଇଥିଲା । ହେଲେ ଦୁର୍ଭାଗ୍ୟର କଥା 2ଟି ଯାକ ପାଣି ଟାଙ୍କିରୁ ବର୍ତ୍ତମାନ ପାଣି ଆସୁନାହିଁ । ପାଣି ସମସ୍ୟା ଦୂର ପାଇଁ ଲକ୍ଷାଧିକ ସରକାରୀ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ସ୍ଥିତିରେ ସୁଧର ଆସିପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏବଂ ଅଳ୍ପଖର୍ଚ୍ଚରେ ଠିକାଦାର ଓ ଯନ୍ତ୍ରୀଙ୍କ ମନମତାଣିଆ କାର୍ଯ୍ୟ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି । ସେପଟେ ଖରାଦିନରେ କୂଅ ପାଣି ଶୁଖିଯିବାରୁ ପାଣି ପାଇବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡେ । ୫୦୦ ଲୋକଙ୍କ ପାଇଁ କେବଳ ଦୁଇଟି ନଳକୂପ ଥିବାବେଳେ ତାହା ଯଥେଷ୍ଟ ହୋଇପାରୁନାହିଁ । ଅଚଳ ନଳକୂପରୁ ମୋଟର ସଂଯୋଗ କରି ଟାଙ୍କି ମାଧ୍ୟମରେ ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ବ୍ଲକ ପକ୍ଷରୁ ଯୋଜନା କରାଯାଇଥିଲା । ହେଲେ 2ଟି ପାଣି ଟାଙ୍କି ମଧ୍ୟରୁ ଅଳିଆ ଆବର୍ଜନା ଜାଗାରେ ରାସ୍ତା କଡରେ ବସାଯାଇଥିବା ବେଳେ ଆଉ ଗୋଟିଏ ଜଣକ ଘର ବାରିପଟେ ବସାଯାଇଛି । ଫଳରେ ଲୋକଙ୍କୁ ପାଣି ଟୋପାଏ ମିଳିବା କଷ୍ଟକର ହୋଇପଡୁଛି । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖକୁ ଦୌଡ଼ିଥିଲେ । ମାତ୍ର ଆଜି ଯାଏ କୌଣସି ସୁଫଳ ମିଳିପାରିନାହିଁ । ସରକାରୀ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଲୋକଙ୍କ ଅସୁବିଧା ଦୂର ହୋଇପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶ୍ରୟଗଡ଼ବାସୀ ।

ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୪କିମି ଦୂରରେ ଥିବା ଏହି ଗ୍ରାମରେ ଦୀର୍ଘ ଦିନ ହେଲା ଏଭଳି ସମସ୍ୟାରେ ଲାଗିରହିଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ନଦେବା ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଉଛି । ଅନ୍ୟପଟେ ଆଶ୍ରୟଗଡ଼ ଗ୍ରାମର ସମସ୍ୟା ନେଇ ଗୁମ୍ମା ବିଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ ପାଣି ସମସ୍ୟା ସମ୍ପର୍କରେ ବ୍ଲକ ପ୍ରଶାସନ ଅବଗତ ଥିବା କହିଛନ୍ତି ଏବଂ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କ ପାଇଁ ବାଟବଣା ହେଉଛି ବିକାଶ । ତେବେ ପ୍ରଶାସନ କେତେ ଶୀଘ୍ର ଆଶ୍ରୟଗଡବାସୀଙ୍କ ସମସ୍ୟା ପ୍ରତି ତତ୍ପରତା ଦେଖାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.