ଗଜପତି: ଜିଲ୍ଲାର ଆର ଉଦୟଗିରି ଥାନା ଛେଳିଗଡ ଗ୍ରାମରେ ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ । ଛେଳିଗଡ ଖ୍ରୀଷ୍ଟିୟାନ ସାହିରେ କୋଭିଡ ନିୟମ ଭାଙ୍ଗି ବାହାଘର ଚାଲିଥିବା ବେଳେ ଆତସବାଜି ସହ ଭୋଜି ଭାତର ଆସର ଚାଲିଥିଲା ।
ଘଟଣା ସ୍ଥଳରେ ଆର ଉଦୟଗିରି ତହସିଲଦାର ସୃତିରଞ୍ଜନ ସତପଥି ପହଞ୍ଚି କାର୍ଯ୍ୟକ୍ରମକୁ ବାରଣ କରିବାରୁ ଶତାଧିକ ଲୋକେ ତହସିଲଦାର ଏବଂ ପୋଲିସଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଆକ୍ରମଣ ଯୋଗୁଁ ତହସିଲଦାର ଏବଂ ପୋଲିସ ଛତ୍ରଭଙ୍ଗ ଦେଇ ପ୍ରାଣ ବିକଳରେ ଦୌଡି ପଳାଇଥିବା ସୂଚନା ମିଳିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ