ପାରଳାଖେମୁଣ୍ଡି : ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ କେ. ନାଗେଶ୍ବର ସେନାପତିଙ୍କ ଘରେ ଚଢାଉ ଜାରି । ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାର ଠାରେ କେ.ନାଗେଶ୍ବରଙ୍କ ବାସଭବନ ସମେତ, ବ୍ରହ୍ମପୁର ସ୍ଥିତ ଶଳାଘର, ଆସିକ ସ୍ଥିତ ପୈତୃକ ବାସଭବନ, ରାୟଗଡ ଅଫିସ ଓ 6 ମାଇଲ ଠାରେ ପାର୍ଟନରସିପରେ ଚାଲିଥିବା ଇଟା ଫ୍ୟାକ୍ଟ୍ରି ଉପରେ ଚଢାଉ ଜାରି । ଭିଜିଲାନ୍ସ ବିଭାଗର 6ଟି ଟିମ ରେଡ କରୁଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ