ETV Bharat / state

Vigilance Raid: ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ

author img

By

Published : Dec 7, 2021, 8:44 AM IST

Updated : Dec 7, 2021, 3:54 PM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ (Disproportionate assets case) ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ (Vigilance Raid) । ଅଧିକ ପଢନ୍ତୁ

Vigilance Raid: ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ  ଭିଜିଲାନ୍ସ ରେଡ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ (Nuagadh Forester Ganesh Pradhan ) । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ (Disproportionate assets case) ନୂଆଗଡ ଫରେଷ୍ଟର ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ‌ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

Vigilance Raid: ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ

ମଙ୍ଗଳବାର ଗଜପତି ଜିଲ୍ଲା ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ। ନୂଆଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗର ସ୍ଥିତ ଭଡ଼ାଘରେ, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ବାସଭବନ ଏବଂ ଆନ୍ଧ୍ରପ୍ରଦେଶ ପୁରୁଣା ପାଟଣା ସ୍ଥିତ ନିଜ ଘର ଆଦି ୪ଟି ସ୍ଥାନରେ ଭିଜିଲାନ୍ସର ଟିମ ଚଢାଉ କରିଛି । ବହୁ ପରିମାଣରେ ଟଙ୍କା ସୁନା ଓ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଓ ବିଭିନ୍ନ ଜମିର ଦସ୍ତାବିଜ ଭିଜିଲାନ୍ସ ହାତରେ ପଡିଛି। ଅଧିକ୍ ତଦନ୍ତ ଚାଲିଥିବା ବେଳେ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: Vigilance Raid: ସିପାହୀ କହିଲେ ମୁଁ ନିର୍ଦ୍ଦୋଷ, ସହକର୍ମୀ ମୋତେ ଫସାଇଛନ୍ତି

ସେପଟେ ଭିଜିଲାନ୍ସ ଚଢାଉକୁ ନେଇ ଫରେଷ୍ଟର ଗଣେଶ ପ୍ରଧାନ କହିଛନ୍ତି ଯାହା ଅଛି ତାହା ତାଙ୍କ ବାପାଙ୍କ ସମ୍ପତ୍ତି ସେ କୌଣସି ବେଆଇନ ଭାବେ ଟଙ୍କା ଅର୍ଜନ କରିନାହାନ୍ତି । ତେଣୁ ଭିଜିଲାନ୍ସ ଚଢ଼ାଉ କୁ ସମ୍ପୂର୍ଣ ଭାବେ ସହଯୋଗ କରୁଛି ବୋଲି କହିଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 7, 2021, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.