ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଦୁଇ ମୃତ - 20ରୁ ଅଧିକ ଆହତ

ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ କଙ୍କଡାଗୁଡା ଗାଁ ନିକଟରେ ଆଜି ଏକ ବରଯାତ୍ରୀ ଗାଡି ଭାରସ୍ୟାମ ହରାଇ ଓଲଟି ପଡିଛି । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଓଲଟିଲା ଭ୍ୟାନ
ଓଲଟିଲା ଭ୍ୟାନ
author img

By

Published : Feb 16, 2021, 3:10 PM IST

ଗଜପତି: ଓଲଟିଲା ବରଯାତ୍ରୀ ଗାଡି । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ କଙ୍କଡାଗୁଡା ଗାଁ ନିକଟରେ ଆଜି ଏକ ବରଯାତ୍ରୀ ଗାଡି ଓଲଟି ପଡିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ

ସୂଚନାଅନୁସାରେ, 407 ଭ୍ୟାନ୍ 20ରୁ ଅଧିକ ଜଣ ବରଯାତ୍ରୀଙ୍କୁ ନେଇ ରାମଗିରି ନିକଟସ୍ଥ ଜାମଡ଼ିହ ଯାଉଥିଲା । କଙ୍କଡାଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଗାଡିରେ ଥିବା 20ରୁ ଅଧିକ ଜଣ ଲୋକ ଛିଟକି ପଡିଥିଲେ । ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଜନଥ ଦଦଳ ବେହେରା ଓ ଗାୟତ୍ରୀ ବଡରଇତ । ଦୁଇଜଣ ଜାମଡିହ ଗାଁର ବୋଲି ଜଣାପଡିଛି ।

ଦୁର୍ଘଟଣାରେ 20ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ତିନିଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଦୁର୍ଘଟଣାର ଖବର ପାଇ ଆର.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.