ETV Bharat / state

ସୋମବାରଠୁ ପାରଳାଖେମୁଣ୍ଡିରେ ଯୁବପିଢିଙ୍କୁ ଦିଆଯିବ ଟିକା

ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ 18ରୁ 44ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହେବ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡିରେ ଆରମ୍ଭ ହେବ ଯୁବପିଢିଙ୍କୁ ଟୀକାକରଣ

author img

By

Published : Jun 6, 2021, 1:07 PM IST

ଗଜପତି: ସୋମବାର ଠାରୁ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ 18ରୁ 44ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହେବ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ଜିଲ୍ଲାକୁ 4ହଜାର 5 ଶହ ଟିକା ଆସିଛି । ସୋମବାରଠାରୁ ଏହା ପୌରାଞ୍ଚଳର 8ଟି ସ୍ଥାନରେ ପ୍ରଦାନ କରାଯିବ । ଏଥିପାଇଁ ଅନଲାଇନରେ ପଞ୍ଜିକରଣ କରିବା ଆବଶ୍ୟକ । ଅଫଲାଇନରେ ଟିକା ପ୍ରଦାନ କରାଯିବ ନାହିଁ । ଯେଉଁମାନେ ପୂର୍ବରୁ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ଲଟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ପାରଳାଖେମୁଣ୍ଡିରେ ଆରମ୍ଭ ହେବ ଯୁବପିଢିଙ୍କୁ ଟୀକାକରଣ

ମେ 1ତାରିଖରୁ 18ରୁ 44ବର୍ଷ ଯାଏଁ ଲୋକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇନଥିଲା । ବର୍ତ୍ତମାନ କେବଳ ପାରଳାଖେମୁଣ୍ଡି ପୌରାଞ୍ଚଳରେ ପ୍ରଦାନ କରାଯିବ । ଗ୍ରାମାଞ୍ଚଳ ପାଇଁ ସରକାରଙ୍କ କୌଣସି ନିର୍ଦ୍ଦେଶ ଆସିନାହିଁ । ଏହା ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.