ETV Bharat / state

3 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ବେଆଇନ ଭାବେ ଚୋରା ଚାଲାଣ ହେଉଛି ଗଞ୍ଜେଇ । ଆର୍. ଉଦୟଗିରି ଥାନା ପୋଲିସ ଜବତ କରିଛି 3 କ୍ବିଣ୍ଟାଲ 75 କେଜି ଗଞ୍ଜେଇ । ଏହା ସହ ପୋଲିସ ଚାଲାଣରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ ମଧ୍ୟ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 27, 2019, 2:43 AM IST

ଗଜପତି : ଦିନକୁ ଦିନ ବଢୁଛି ବେଆଇନ ଗଞ୍ଜେଇ ଚାଲାଣ । ଆଉ ବିଭିନ୍ନ ଉପାୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲାଣ କରୁଛନ୍ତି ଚୋରା ଚାଲାଣକାରୀ । ଆର୍. ଉଦୟଗିରିରୁ ପୋଲିସ 3 କୁଇଣ୍ଟାଲ 75 କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଗଜପତି

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଗାଡ ଗାଁର ଲାବନ୍ୟ କରାଡ । ଷୋହଳଟି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇକୁ ନେଇ ଏକ ଗାଡି ଗଞ୍ଜାମ ଅଭିମୁଖେ ଯାଉଥିଲା । ଠିକ୍ ଏହି ସମୟରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଡି ଉପରେ ଚଢାଉ କରି ଗଞ୍ଜେଇକୁ ଜବତ କରିଥିଲା । ଜବତ ହୋଇଥିବା ଚୋରା ଗଞ୍ଜେଇର ମୁଲ୍ୟ ପାଖାପାଖି 11 ଲକ୍ଷ ହେବ ବୋଲି ଆର୍. ଉଦୟଗିରି ଥାନା ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.