ETV Bharat / state

କିନ୍ନରଙ୍କ ହାତରେ ସୁନ୍ଦର କଳାକୃତି, ସ୍ବାବଲମ୍ବୀ ହେବାକୁ ତାଲିମ ଦେଉଛି ପ୍ରଶାସନ - ସ୍ବାବଲମ୍ବୀ ହେବେ କିନ୍ନର

କିନ୍ନରଙ୍କୁ ଥଇଥାନ କରିବା ପାଇଁ ଗଜପତି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟେରାକୋଟା ତାଲିମ ଶିବିର। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ନେଇ ଏକ ସ୍ବୟଂ ସହାୟକ ଦଳ ଗଠନ କରି ସେମାନଙ୍କୁ ଟେରାକୋଟା ତାଲିମ ପ୍ରଦାନ କରାଯାଉଛି ।

terracotta training to transgender by district administration in gajapati
କିନ୍ନରଙ୍କ ହାତରେ ସୁନ୍ଦର କଳାକୃତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଛି ଟେରାକୋଟା ତାଲିମ
author img

By

Published : Oct 24, 2022, 1:31 PM IST

ଗଜପତି: କିନ୍ନରଙ୍କୁ ନେଇ ସମାଜରେ ଏକ ଭିନ୍ନ ଦୃଷ୍ଟିକୋଣ ରହିଛି । ସୁସ୍ଥ ସମାଜରେ ବଞ୍ଚିବାକୁ ଆଜି ବି ସଂଘର୍ଷ କରୁଛନ୍ତି ଏମାନେ । କିନ୍ନରମାନଙ୍କୁ ଆଇନ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇଥିଲେ ମଧ୍ୟ ସମାଜ ସେମାନଙ୍କୁ ସହଜରେ ଗ୍ରହଣ କରିପାରୁନାହିଁ । ତେଣୁ ସେମାନେ ଏକ ପ୍ରକାର ସମାଜିକ ବାସନ୍ଦ ଭାବେ ଜୀବନ ଅତିବାହିତ କରୁଛନ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମଧ୍ୟ ଏଭଳି କିଛି କିନ୍ନର ରହିଛନ୍ତି ଯେଉଁମାନେ ଆଜି ବି ଅବହେଳିତ । ଏପରିକି ସେମାନଙ୍କ ପରିବାର ମଧ୍ୟ କିନ୍ନରମାନଙ୍କୁ ଗ୍ରହଣ କରିପାରିନାହିଁ । ଫଳସ୍ବରୂପ ସେମାନେ ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ବଞ୍ଚି ରହିଛନ୍ତି । କିନ୍ତୁ ଏବେ ସମୟ ବଦଳିଛି, ସମାଜରେ ସେହି କୁଦୃଷ୍ଟିକୋଣ ରୂପକ କଣ୍ଟାକୁ ଏଡାଇ ଆଗକୁ ବଢ଼ିଛନ୍ତି । ଆଜି କୌଣସି କ୍ଷେତ୍ରରେ ପଛରେ ନାହାଁନ୍ତି ତୃତୀୟ ଲିଙ୍ଗ। କିନ୍ନରଙ୍କୁ ଥଇଥାନ କରିବା ପାଇଁ ଗଜପତି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟେରାକୋଟା ତାଲିମ ଶିବିର ।

କିନ୍ନରଙ୍କ ହାତରେ ସୁନ୍ଦର କଳାକୃତି

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ କିନ୍ନରମାନଙ୍କୁ 6 ମାସିଆ ତାଲିମ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଶିବିରରେ ପ୍ରାୟ 10ଜଣ କିନ୍ନର ଯୋଗଦେଇ ତାଲିମ ଗ୍ରହଣ କରୁଥିବା ବେଳେ ସେମାନଙ୍କୁ ଏକ ଟୋରାକୋଟା କଳା ଶିକ୍ଷକ ତାଲିମ ପ୍ରଦାନ କରୁଛନ୍ତି । ଯେଉଁ ହାତ ଦିନେ ଭିକ୍ଷାବୃତ୍ତି କରୁଥିଲା । ଆଜି ସେ ହାତ ସୁନ୍ଦର କଳାକୃତିରେ ବ୍ୟସ୍ତ ରହିଛି । ମାଟିରେ ଚଢ଼େଇ, ମଣିଷ ଗଛଲତା ଭଳି ଆକର୍ଷଣୀୟ କଳାକୃତି କରୁଛନ୍ତି । ଏନେଇ ତାଲିମ ନେଉଥିବା କିନ୍ନର କହିଛନ୍ତି," ପ୍ରଶାସନର ଏଭଳି ଉଦ୍ୟମ ନିଶ୍ଚିତ ଭାବେ ନିଜର ଭବିଷ୍ୟତ ଗଠନ ପାଇଁ ରାସ୍ତା ଖୋଲି ଦେଇଛି । ଦିଆଯାଉଥିବା ତାଲିମ ଅତି ଭଲ ଲାଗୁଛି ଏବଂ ଏହାକୁ ଶିଖିବା ପାଇଁ ଆଗ୍ରହ ଆସୁଛି।" ତାଲିମ ପରେ ଏହି ବୃତ୍ତିକୁ ଆପଣାଇ ଦୁଇ ପଇସା ରୋଜଗାର କରିବେ ବୋଲି କହିଛନ୍ତି ।

କିନ୍ନରମାନେ ଭିକ୍ଷାବୃତ୍ତି କରି ବଞ୍ଚିବା ଦେଖି ତତକାଳୀନ ଏସ୍ପି ସାରା ଶର୍ମା ଉଦ୍ଧାର କରି ରୋଜଗାରକ୍ଷମ କରାଇବାକୁ ପ୍ରୟାସ କରିଥିଲେ । ସେମାନଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଓମ୍‌ଫେଡ ପାର୍ଲର କରାଇଥିଲେ । ହେଲେ ସେ ଏଠାରୁ ବଦଳି ହୋଇ ଚାଲିଯିବା ପରେ ଏହି ଦୋକାନରୁ ସେମାନଙ୍କୁ ବେଦଖଲ କରି ଦିଆଯାଇଥିଲା । ବର୍ତ୍ତମାନ ଜିଲ୍ଲାପାଳ ଏହାକୁ ଦେଖିବା ପରେ ସେମାନଙ୍କୁ ପୁଣିଥରେ ଏକାଠି କରାଇ ରୋଜଗାରକ୍ଷମ କରିବାକୁ ପ୍ରୟାସ କରିଛନ୍ତି । କିନ୍ନରମାନଙ୍କୁ ଟେରାକୋଟା ତାଲିମ ଦେଇ ସେମାନଙ୍କୁ କଳାକୃତି କାରିଗର ଭାବେ ଗଢି ତୋଳିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସ୍ୱାବଲମ୍ବୀ କିନ୍ନର: ପ୍ରଶାସନ ସହାୟତାରେ ଖୋଲିଛି ଦୋକାନ, ଜମୁଛି ଚା' ପ୍ରେମୀଙ୍କ ଭିଡ

ଏନେଇ ଗଜପତି ଜିଲ୍ଲାପାଳ କହିଛନ୍ତି," ଆକାଂକ୍ଷୀ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଏହା ଅନ୍ୟତମ । ଏହାଦ୍ବାରା ଜଣେ ବ୍ୟକ୍ତି ନିଜ ଭବିଷ୍ୟତ ନିଜେ ଗଢିବା ପାଇଁ ପ୍ରସ୍ତୁତ ହୋଇପାରିବେ ।" ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ଆଧୁନିକତାର ଛାପରେ ଯେତେ ଆଗେଇଥିବା ପରେ ମଧ୍ୟ ଆଜି ବି କିନ୍ନରଙ୍କୁ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖି ଆସୁଛି । ଏଭଳି ସ୍ଥିତିରେ ସେମାନଙ୍କୁ ସ୍ବାବାଲମ୍ବୀ କରିବା ପାଇଁ ପ୍ରଶାସନର ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ।

ଇଟିଭି ଭାରତ,ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.