ଗଜପତି: ଜିଲ୍ଲାରେ ଆଜି ପୁଣି 16 ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ଜଣାପଡିଛି । ଏମାନେ ସୁରଟରୁ ଫେରିବା ପରେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। ଏହା ପରେ ସ୍ବାବ ଟେଷ୍ଟ ରିପୋର୍ଟରେ ପଜିଟିଭ ଜଣା ପଡ଼ିଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।
ବର୍ତମାନ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 36 ରେ ପହଞ୍ଚିଥିବା ବେଳେ ସମସ୍ତଙ୍କୁ ଆର ସୀତାପୁର କୋଭିଡ୍ ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି ବୋଲି ଜିଲ୍ଲପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।
ଗଜପତିରୁ ହିରହର ପଟ୍ଟନାୟକ, ଇଟିଭି ଭାରତ