ETV Bharat / state

ପ୍ରଶାସନର ଅବହେଳା: ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତା ମରାମତି କଲେ ପଞ୍ଚାୟତବାସୀ - titili cyclone

2018 ମସିହାରେ ହୋଇଥିବା ତିତିଲି ବାତ୍ୟାରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା । ଗଙ୍ଗାବାଡ ଠାରୁ କଇଁପୁରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ନଷ୍ଟ ହୋଇଯାଇଥିଲା । ଅଧିକ ପଢନ୍ତୁ...

titili cyclone damaged road repaired by villagers in gajapati
ପ୍ରଶାସନର ଅବହେଳା, ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତା ମରାମତି କଲେ ପଞ୍ଚାୟତବାସୀ
author img

By

Published : Jul 5, 2021, 7:49 PM IST

ପାରଳାଖେମୁଣ୍ଡି: ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ମରାମତି କଲେ ପଞ୍ଚାୟତବାସୀ । ସୀମାନ୍ତବର୍ତ୍ତୀ ଗଙ୍ଗାବାଡ ଅଞ୍ଚଳରୁ ଆସିଛି ଏମିତି ଏକ ଚିତ୍ର । ଗତ 2018 ମସିହାରେ ହୋଇଥିବା ତିତିଲି ବାତ୍ୟାରେ ଏହି ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାସ୍ତାର ମରାମତି ପାଇଁ ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ଏହି ରାସ୍ତା ମରାମତି କରିନଥିଲା । ତେଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ମରାମତି କରିଛନ୍ତି । ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା କାମ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ କରାଯିବ ବୋଲି କହିଛନ୍ତି ପଞ୍ଚାୟତବାସୀ ।

ପ୍ରଶାସନର ଅବହେଳା, ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତା ମରାମତି କଲେ ପଞ୍ଚାୟତବାସୀ

ଗଜପତି ଜିଲ୍ଲା ରାସଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ । ଆନ୍ଧ୍ର ସୀମାନ୍ତରେ ଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକଙ୍କୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ ଜାରି ରଖିଛି । ଏପରିକି ଆନ୍ଧ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାରେ ଏହି ଅଞ୍ଚଳର କିଛି ଲୋକଙ୍କୁ ସାମିଲ ମଧ୍ୟ କରିଛନ୍ତି । ପ୍ରତ୍ୟେକ ଥର କିନ୍ତୁ ସବୁ ପ୍ରକାର ମୌଳିକ ସୁବିଧା ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର । କିନ୍ତୁ ଏହି ରାସ୍ତାକାମ ନ ହେବା ହିଁ ପ୍ରକୃତ କଥାକୁ ବୟାନ କରୁଛି । ଗଙ୍ଗାବାଡରୁ କଇଁପୁର ରାସ୍ତା ନିର୍ମାଣ ହେଲେ ରାୟଗଡ ବ୍ଲକକୁ ଓଡିଶା ରାସ୍ତାରେ ସଂଯୋଗ ହୋଇପାରିବ ବୋଲି ବହୁ ଦାବି ପରେ ଏହି ରାସ୍ତାକାମ ଆରମ୍ଭ ହୋଇଥିଲା । ହେଲେ କାମ ଅଧାରେ ରହିଥିବାବେଳେ 2018 ମସିହାରେ ତିତିଲି ବାତ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିଲା । ଇତି ମଧ୍ୟରେ 3ବର୍ଷ ବିତିସାରିଛି । ଏହି ରାସ୍ତାର ମରାମତି ପାଇଁ ସ୍ଥାନୀଯ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ଼,ଲୋବା,ଶଗଡିଆ,ବଡ଼ ପାଚିଡିଆ,ଛାମୁଡ଼ିଆ,ସାନ ଦେଉଳା,ବଡ଼ ଦେଉଳା ସମେତ କଇଁପୁର ପଞ୍ଚାୟତର ଚିତ୍ରାଙ୍ଗ ଓ ତେରବ ଆଦି ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ । ତେଣୁ ଏହି ଅଞ୍ଚଳର ଲୋକେ ଏହାକୁ ମରାମତି କରିଛନ୍ତି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା କାମ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଗତ ତିତିଲି ବାତ୍ୟାରେ ପୂର୍ବରୁ କଇଁପୁର ଠାରୁ ବଡ଼ ପାଚିଡିଆ ରାସ୍ତା ପ୍ରାୟ 13 କିମି କାମ ଆରମ୍ଭ ହୋଇ ଥିବାବେଳେ ତିତିଲି ବାତ୍ୟାରେ ତାହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି l ବ୍ଲକ ମୁଖ୍ୟାଳୟକୁ ଯିବାପାଇଁ ହେଲେ ଓଡିଶାର ଏହି ରାସ୍ତା ହିଁ ଏକମାତ୍ର ବିକଳ୍ପ । ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପାଦରେ ଚାଲି ଯିବା ବି ସମ୍ଭବ ନୁହେଁ । ତିତିଲି ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ସମସ୍ତେ ଉକ୍ତ ପଞ୍ଚାୟତରେ ଡେରା ପକାଇଥିଲେ, ବହୁ ପ୍ରତିଶୃତି ମଧ୍ୟ ଦେଇଥିଲେ l ହେଲେ ଏବେ ନେତା ମନ୍ତ୍ରୀ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଏହି ରାସ୍ତା କାମ ହୋଇପାରୁନାହିଁ l ଫଳରେ ପ୍ରତି କାମରେ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି l ଯାହା ଦ୍ବାରା ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି । ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିକାରୀଙ୍କ କହିବା ହେଲା ଏହି ରାସ୍ତା ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ସରକାର ମଞ୍ଜୁରୀ ଦେବା ପରେ ଅତିଶୀଘ୍ର ଏହି କାମ କରାଯିବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ।

ଗୋଟିଏ ପଟେ ଆନ୍ଧ୍ର ଏହି ଅଂଚଳକୁ ଅନୁପ୍ରବେଶ କରି ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରୁଥିବା ବେଳେ ଅନ୍ୟପଟେ ସୀମାନ୍ତବର୍ତ୍ତୀ ଅଂଚଳରେ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ବିଫଳ । ତେଣୁ ଲୋକେ ମଧ୍ୟ ଆନ୍ଧ୍ର ଉପରେ ଅଧିକ ନିର୍ଭରଶୀଳ କରିବାକୁ ବାଧ୍ୟ ହେଉଛନ୍ତି । ଏହି ସ୍ଥିତିରେ ସୁଧାର ପାଇଁ ସରକାର କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.