ଗଜପତି: ଜିଲ୍ଲାର ଆର.ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ କୂଆପଥର ସହ ପ୍ରବଳ ବର୍ଷା ହୋଇଛି । ସେହିପରି ମୋହନା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ତେବେ ଗତ କିଛିଦିନ ହେବ ଯେଉଁଭଳି ଭାବରେ ଗ୍ରୀଷ୍ମର ପ୍ରକୋପ ରହୁଥିଲା ବର୍ତ୍ତମାନ ବର୍ଷା ପରେ ଟିକିଏ ଆଶ୍ୱସ୍ତି ମିଳିଛି ।
ଆଜି(ଶନିବାର) ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇ ଥିବାବେଳେ ଗଜପତିରେ ମଧ୍ୟ ଏହାର ପ୍ରଭାବ ପଡିଛି । ଜିଲ୍ଲାର କେତେକ ସ୍ଥାନରେ କାଳ ବୈଶାଖୀଜନିତ ବର୍ଷା ହେବାପରେ ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ