ETV Bharat / state

ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣାରେ ତିନି ଗିରଫ

ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ 3 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଅଧିକ ପଢ଼ନ୍ତୁ...

author img

By

Published : Nov 27, 2020, 8:02 PM IST

ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣାରେ ତିନି ଗିରଫ
ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣାରେ ତିନି ଗିରଫ

ଗଜପତି: ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ 3 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭଯୁ୍କ୍ତଙ୍କ ମଧ୍ୟରେ ଦୁଇ ଜଣ ଯୁବକ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ପାରଳାଖେମୁଣ୍ଡି ବିଜେପି ବିଧାୟକ କେ. ନାରାୟଣ ରାଓ ଘରେ ନଥିବା ବେଳେ ଲୁଟ କରିବା ଉଦ୍ଦେଶ୍ୟରେ ଏହି 3 ଅଭିଯୁକ୍ତ ବିଧାୟକଙ୍କ ଘରେ ପଶିଥିଲେ।

ନଭେମ୍ବର 25 ତାରିଖର ସନ୍ଧ୍ୟାରେ 3 ଜଣ ଅଭିଯୁକ୍ତ ଏଭଳି ଲୁଟ ଉଦ୍ୟମ କରିଥିଲେ। ଗିରଫ ଅଭିଯୁକ୍ତମାନେ ପାରଳାଖେମୁଣ୍ଡିର ଏସ. କାନ୍ତାମ୍ମା ଓ ତାଂକ ପୁଅ ଏସ. ତେଜା ରାଓ ଏବଂ ଜି. ରୋହିତ ବୋଲି ଜଣା ପଡ଼ିଛି। ଲୁଟ ପାଇଁ ଆସିଥିବା ଅଭିଯୁକ୍ତଙ୍କୁ ବାଧା ଦେବାରୁ ବିଧାୟକଙ୍କ ମାଉସୀଙ୍କୁ ଏହି 3 ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଏକ କପଡ଼ା ସାହାଯ୍ୟରେ ତାଙ୍କ ଶ୍ବାସରୁଦ୍ଧ କରି ମାରିବାକୁ ଚେଷ୍ଚା କରୁଥିଲେ। ତେବେ ବିଧାୟକଙ୍କ ମାଉସୀ ପାଟି କରିବାକୁ ଆକ୍ରମଣକାରୀମାନେ ଛାଡ଼ି ପଳାଇଥିଲେ। ଏସ. କାନ୍ତାମ୍ମା ନିୟମିତ ଭାବରେ ବିଧାୟକଙ୍କ ଘରକୁ ଯିବା ଆସିବା କରୁଥିଲା। ଘରେ କେହି ନଥିବା ସୁଯୋଗ ନେଇ ଲୁଟ କରିବାକୁ ଦୁଇ ପୁଅଙ୍କୁ ଡକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ଚିକି୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶ୍ରୀକାକୁଲମର ଏକ ବେସରକାରୀ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ, 3ଟି ମୋବାଇଲ ଜବତ କରିଛି ପୋଲିସ। ପାରଳାଖେମୁଣ୍ଡି ପୋଲିସ 3 ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଟଙ୍କା ଲୁଟ ଉଦ୍ଦେଶ୍ୟରେ ଏମାନେ ଆକ୍ରମଣ କରିଥିବା ନେଇ ପୋଲିସ ସୁଚନା ଦେଇଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.