ETV Bharat / state

ବିକାଶଠୁ ଦୂରରେ ଲାଇଲାଇ ଗାଁ: ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତା, ଆସୁନି ନେଟୱାର୍କ - network problem

ରାୟଗଡ଼ ବ୍ଲକର ଲାଇଲାଇ ଗାଁକୁ ଗମନାଗମନ ବାଧାପ୍ରାପ୍ତ ହୋଇଥିବାରୁ ସ୍ବାସ୍ଥ୍ୟସେବା ମଧ୍ୟ ଅପହଞ୍ଚ। ଅନ୍ୟପଟେ ମୋବାଇଲ ନେଟୱାର୍କ ଆସୁନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ ମଧ୍ୟ ହୋଇପାରେନାହିଁ। ଅଧିକ ପଢନ୍ତୁ

ସମସ୍ୟା ଘେରରେ ଲାଇଲାଇ ଗାଁ
ସମସ୍ୟା ଘେରରେ ଲାଇଲାଇ ଗାଁ
author img

By

Published : Aug 7, 2023, 5:06 PM IST

ସମସ୍ୟା ଘେରରେ ଲାଇଲାଇ ଗାଁ

ପାରଳାଖେମୁଣ୍ଡି: ସମସ୍ୟା ଘେରରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଲାଇଲାଇ ଗାଁ । ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବିକାଶ ଅପହଞ୍ଚ । ଏହି ଗାଁକୁ ଯିବାକୁ ହେଲେ PMGSY ରାସ୍ତାରୁ ପ୍ରାୟ ୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହୁଏ । ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ମଧ୍ୟ ନିର୍ମାଣ କାମ ହୋଇପାରୁନାହିଁ । ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏହି ୨ କିଲୋମିଟର ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲେ ବି ତାହା ପାଣିର ଗାର ସାଜିଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଯେଉଁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ସ୍ଥିତି ସେତେ ଉନ୍ନତ । ଏହାକୁ ଉପଲବ୍ଧି କରି ସରକାର ଦୁର୍ଗମ ଅଞ୍ଚଳର ଯାତାୟତ ବ୍ୟବସ୍ଥାରେ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରିବା ସହ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଅଞ୍ଚଳକୁ ଏଯାଏଁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନାହିଁ । ଏହାସହ ନେଟୱାର୍କର ସମସ୍ୟା ଲୋକଙ୍କୁ ଆହୁରି ଅସୁବିଧାରେ ପକାଇଛି । ଏଠାକାର ଲୋକେ ଏହି ସମସ୍ୟାର ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...କେଉଁଠି ବିକାଶ: ଆଦର୍ଶ ଗାଁରେ ନାହିଁ ରାସ୍ତା, ଚୌକିରେ ବୁହା ହେଲେ ପ୍ରସୂତି

ଆଦିବାସୀ ଅଧ୍ୟୁସିତ ଏହି ଗାଁର ଅନତି ଦୂରରେ ଚିକିତ୍ସାଳୟ ରହିଥିଲେ ମଧ୍ୟ ରାସ୍ତା ଅଭାବରୁ ଲୋକେ ସେଠାକୁ ଯିବାରେ ଅସୁବିଧା ହେଉଛି । ପାଠ ପଢ଼ିବା ପାଇଁ ପିଲାମାନେ ସ୍କୁଲ ଓ ଅଙ୍ଗନୱାଡ଼ିକୁ ଏହି ରାସ୍ତାରେ ଯାଉଥବା ବେଳେ ଲୋକେ ବ୍ୟବସାୟ ପାଇଁ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ଏହି ରାସ୍ତାରେ ଯାତାୟତ କରିଥାଆନ୍ତି । ଅନ୍ୟପଟେ ନେଟୱାର୍କ ଖୋଜିବା ପାଇଁ ଗାଁରୁ ଅନେକ ଦୂର ପାହାଡ଼ କିମ୍ବା ଗଛ ଉପରକୁ ଚଢ଼ିବାକୁ ପଡ଼ୁଛି ।

ଗମନାଗମନ ବାଧାପ୍ରାପ୍ତ ହୋଇଥିବାରୁ ସ୍ବାସ୍ଥ୍ୟସେବା ମଧ୍ୟ ଅପହଞ୍ଚ । ଅନ୍ୟପଟେ ମୋବାଇଲ ନେଟୱାର୍କ ଆସୁନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ । ଫଳରେ ଗାଁରେ କାହାର ଦେହ ଖରାପ ହେଲେ ଭାରରେ ବୋହି ନେବାକୁ ପଡ଼େ । ଏନେଇ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନୱାଡ଼ିକୁ ଯିବାକୁ ହେଲେ ଏହି ରାସ୍ତା ଦେଇ ଯିବାକୁ ପଡ଼େ। ଆଉ ବର୍ଷା ଦିନେ ରାସ୍ତାର ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ୁଛି। ଏହାସହ ଲୋକେ ବ୍ୟବସାୟ ପାଇଁ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ଏହି ରାସ୍ତାରେ ଯାତାୟତ କରିଥାଆନ୍ତି । ଏନେଇ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, "ସମସ୍ୟାର ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.