ETV Bharat / state

ପୁନଃଉଦ୍ଧାର ପରେ ଲୋକାର୍ପିତ ହେଲା ଐତିହାସିକ ଭକ୍ତକବି ଗୋପାଳକୃଷ୍ଣ ପାଠାଗାର - gajapati district news

ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଉପାନ୍ତ ଅଞ୍ଚଳରେ ଭାଷା ଆନ୍ଦୋଳନର ଗୁରୁତ୍ବପୁର୍ଣ୍ଣ ଭୂମିକା ଲିଭାଇଥିବା ଗୋପାଳକୃଷ୍ଣ ପାଠାଗାରର ପୁନଃ ଲୋକାର୍ପିତ । ଅଧିକ ପଢନ୍ତୁ....

ପୁନଃଉଦ୍ଧାର ପରେ ଲୋକାର୍ପିତ ହେଲା ଐତିହାସିକ ଭକ୍ତକବି ଗୋପାଳକୃଷ୍ଣ ପାଠାଗାର

author img

By

Published : Apr 6, 2021, 11:05 PM IST

Updated : Apr 7, 2021, 10:24 AM IST

ଗଜପତି: ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଉପାନ୍ତ ଅଞ୍ଚଳରେ ଭାଷାକୁ ନେଇ ବିପଦ ସୃଷ୍ଟି ହୋଇଥିବାବେଳେ ଏହାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଭକ୍ତକବି ଗୋପାଳକୃଷ୍ଣ ପାଠାଗାର । ଭାଷା ସୁରକ୍ଷାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଐତିହାସିକ ସ୍ଥାନଟି ଦୀର୍ଘଦିନ ହେଲା ପରିତ୍ୟକ୍ତ ହୋଇ ପଡିରହିଥିଲା । ଏହାର ପୁନଃଉଦ୍ଧାର ପାଇଁ 2016 ମସିହାରେ ଯୋଜନା ପ୍ରସ୍ତୁତ କରିଥିଲା ପାରଳାଖେମୁଣ୍ଡି ପୌରପରିଷଦ । ବର୍ତ୍ତମାନ ଏହା ଲୋକାର୍ପିତ ହୋଇଛି । ଏଠାରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି । ତେଣୁ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ସନ୍ତୋଷ ପ୍ରକାଶ କରିବା ସହ ପୌରପରିଷଦର କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ।

ପୁନଃଉଦ୍ଧାର ପରେ ଲୋକାର୍ପିତ ହେଲା ଐତିହାସିକ ଭକ୍ତକବି ଗୋପାଳକୃଷ୍ଣ ପାଠାଗାର

1936 ମସିହାରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହାର ମୁଖ୍ୟ ନାୟକ ଥିଲେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ । ଓଡିଆଙ୍କ ପାଇଁ ସେ ନିଜର ଦୁଇ ତୃତୀୟାଂଶ ରାଜ୍ୟକୁ ମଧ୍ୟ ଛାଡିବାକୁ ପଛାଇନଥିଲେ । ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରରେ ରହିଛି । ଆନ୍ଧ୍ରପ୍ରଦେଶ ଗଠନ ପରବର୍ତ୍ତୀ ସମୟରେ ଉପାନ୍ତ ଅଞ୍ଚଳରେ ଅଣଓଡିଆ ଭାଷାଭାଷୀର ଲୋକଙ୍କ ପାଇଁ ଓଡିଆ ଭାଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏହାର ସୁରକ୍ଷା ପାଇଁ ଅନେକ ଲୋକ ପ୍ରୟାସ କରିଥିବାବେଳେ ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକ ନିର୍ମାଣ କରିଥିଲେ ଏକ ପାଠାଗାର ।

ଭାଷା ସୁରକ୍ଷାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଐତିହାସିକ ସ୍ଥାନଟି କିନ୍ତୁ ସମୟକ୍ରମେ ଜରାଜୀର୍ଣ୍ଣ ହୋଇପଡିଥିଲା । 2016 ମସିହାରେ ଏହାର ଯୋଜନା ପ୍ରସ୍ତୁତ କରିଥିଲା ପାରଳାଖେମୁଣ୍ଡି ପୌରପରିଷଦ । ଦୀର୍ଘ 5 ବର୍ଷ ଏହାର କାମ ଜାରି ରହିଥିବାବେଳେ ଗତ ଏକ ସପ୍ତାହ ପୂର୍ବରୁ ଏହା ଲୋକାର୍ପିତ ହୋଇଛି । ପୁରୁଣା କୋଠାଟିକୁ ସ୍ମାରକୀ ଭାବେ ରଖାଯାଇଛି । ନିକଟରେ 3ମହଲା ବିଶିଷ୍ଟ ଏକ ନୂତନ କୋଠା ନିର୍ମାଣ କରାଯାଇଛି । ଏଠାରେ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଯାଏଁ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ

Last Updated : Apr 7, 2021, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.