ETV Bharat / state

ଗଜପତିରେ ପ୍ରଚାର କଲେ ଦକ୍ଷିଣ ଭାରତୀୟ ଷ୍ଟାର, ଟାର୍ଗେଟରେ ତେଲୁଗୁ ଭୋଟର - ଓଡିଶାରେ ନିର୍ବାଚନୀ ପ୍ରଚାର କଲେ ତେଲୁଗୁ ଅଭିନେତା

ଗଜପତିରେ ପଞ୍ଚାୟତ ନିର୍ବାଚନ ପ୍ରଚାର କଲେ ତେଲୁଗୁ ସିନେ ତାରକା । ଅଧିକ ପଢନ୍ତୁ

ବିଜେଡି ପ୍ରଚାନ ମୈଦାନରେ ତେଲୁଗୁ ସିନେ ତାରକା
ବିଜେଡି ପ୍ରଚାନ ମୈଦାନରେ ତେଲୁଗୁ ସିନେ ତାରକା
author img

By

Published : Feb 19, 2022, 4:16 PM IST

ଗଜପତି: ଶେଷ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରସୋର ପ୍ରଚାର-ପ୍ରସାର । ୩ ପ୍ରମୁଖ ଦଳର କର୍ମୀ ଓ ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରାଇବାରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରଚାର ମୈଦାନରେ ତେଲୁଗୁ ଅଭିନେତାଙ୍କୁ ଦେଖିବାକୁ ମିଳିଛି ।

ବିଜେଡି ପ୍ରଚାନ ମୈଦାନରେ ତେଲୁଗୁ ସିନେ ତାରକା

ଆସନ୍ତା 24 ତାରିଖରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର 21ଟି ପଞ୍ଚାୟତ ଏବଂ ଏହା ଅଧୀନରେ ଥିବା 2ଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ପକ୍ଷରୁ ଆଜି(ଶନିବାର) ନିର୍ବାଚନୀ ରାଲି ଅନୁଷ୍ଠିତ ହୋଇଛି । ଏଥିରେ ତେଲୁଗୁ ସିନେ ତାରକା ସୁମନ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ପାଇଁ ପ୍ରଚାର କରିବାକୁ ଆସିଥିବା ସୁମନ କହିଛନ୍ତି । ପ୍ରଚାରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି । ଗୋଷାଣୀ ବ୍ଲକରେ ସଂଖ୍ୟାଧିକ ତେଲୁଗୁ ଭୋଟର ରହିଥିବାରୁ ସୁମନଙ୍କ ପ୍ରଚାର ଦଳ ପାଇଁ ସହାୟକ ହେବ ବୋଲି ବିଜେଡି କର୍ମୀ ଆଶା ପ୍ରକାଶ କରିଛନ୍ତି ।

ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆସନ୍ତାକାଲି(ରବିବାର) ପ୍ରଚାରର ଶେଷଦିନ ଥିବାବେଳେ ଆଉ 2ଦିନ ପରେ ସରିବ ପଞ୍ଚମ ପର୍ଯ୍ୟାୟ ପ୍ରଚାର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.