ETV Bharat / state

ଅନ୍ତର୍ଜାତୀୟ ସ୍ତରରେ ଚମକିବେ ଶ୍ୱେତସ୍ୱିନୀ, ଏସିଆ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ସାମିଲ ହେବେ ଓଡ଼ିଆ ଝିଅ

author img

By

Published : Jul 25, 2023, 9:59 PM IST

ବିଶ୍ବରେ ମହକିବ ବଣମଲ୍ଲି । ଏସିଆ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ଥର ଭାରତ ପାଇଁ ପ୍ରତିନିଧିତ୍ବ କରିବେ ଆଦିବାସୀ ଓଡ଼ିଆ ଝିଅ ଶ୍ବେତସ୍ବିନୀ ଶବର । ଅଧିକ ପଢ଼ନ୍ତୁ

swetasini sabar soft ball player
ସଫ୍ଟବଲ ଖେଳାଳୀ ଶ୍ବେତସ୍ବିନୀ ଶବର
ସଫ୍ଟବଲ ଖେଳାଳୀ ଶ୍ବେତସ୍ବିନୀ ଶବର

ଗଜପତି: କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ପ୍ରତିକୂଳ ସଫଳତାର ରାସ୍ତାରେ କେବେ କଣ୍ଟା ହୁଏ ନାହିଁ । ଲକ୍ଷ୍ୟ ସ୍ଥିର ଥିଲେ ସଫଳତାର ଗଡ଼ ଜିତିବା ଅସମ୍ଭବପର ନୁହେଁ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଆଦିବାସୀ ଓଡ଼ିଆ ଝିଅ ଶ୍ବେତସ୍ବିନୀ ଶବର । ଚଳିତ ବର୍ଷ ଏସିଆ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାରତ ସାମିଲ ହୋଇଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ବ କରିବେ ଶ୍ବେତସ୍ବିନୀ । ଭାରତୀୟ ସଫ୍ଟ ବଲ ସଂଘ ପକ୍ଷରୁ ତାଙ୍କ ନିକଟକୁ ଚିଠି ଆସିବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକୋଟର ଶ୍ବେତସ୍ବିନୀ ଶବର । ଧର୍ମେନ୍ଦ୍ର ଓ ଶାନ୍ତି ଶବରଙ୍କ ବଡ ଝିଅ ଶ୍ବେତସ୍ବିନୀ ବଡକଳାକୋଟ ଭଳି ଏକ ଦୁର୍ଗମ ଅଞ୍ଚଳର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ କଠିନ ପରିଶ୍ରମ ତାଙ୍କୁ ଉଚ୍ଚ ଶିକ୍ଷିତ କରିଛି । ବଡକଳାକୋଟ ଗାଁ ସ୍କୁଲରେ ନିଜର ପାଠ ପଢା ଆରମ୍ଭ କରିଥିବା ଶ୍ବେତସ୍ବିନୀ ତୃତୀୟ ଶ୍ରେଣୀ ଯାଏଁ ପଢିବା ପରେ 2008 ମସିହାରେ ଭୁବନେଶ୍ବରର ଏକ ଘୋରୋଇ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ଦୀର୍ଘ 15 ବର୍ଷ ପାଠ ପଢି ମନସ୍ତତ୍ତ୍ବ ବିଭାଗରେ ସ୍ନାତକୋତ୍ତର କରିଛନ୍ତି । ପିଲାଟି ଦିନରୁ ଖେଳପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା । ସଫ୍ଟ ବଲ ଖେଳ ବିଷୟରେ ଜାଣିବା ପରେ ସେ ଏହାପ୍ରତି ଆଗ୍ରହ ହୋଇଥିଲେ । ତେଣୁ ପାଠ ପଢ଼ିବା ସହ ସେ ଖେଳକୁ ମଧ୍ୟ ଆପଣାଇଲେ । ଶ୍ବେତସ୍ବିନୀ ପାଠ ପଢିବା ଏବଂ ଖେଳିବା ସହ ଯେବେବି ଗାଁକୁ ଆସନ୍ତି ବାପାଙ୍କୁ ଚାଷବାସରେ ମଧ୍ୟ ସହଯୋଗ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ଅଣ୍ଡା ବିକାଳିରୁ ହେଲେ ବିଶ୍ୱବିଦ୍ୟାଳୟ ଟପ୍ପର

2012 ମସିହାରେ ଶ୍ବେତସ୍ବିନୀ ସଫ୍ଟବଲ ପ୍ରତି ଆଗ୍ରହ ପ୍ରକାଶ କରି ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ନଥିଲେ । 2017 ମସିହାରେ ଜୁନିୟର ସଫ୍ଟବଲ ବିଶ୍ବକପ ଦଳରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ଏସିଆ କପ ଲାଗି ଭାରତୀୟ ମହିଳା ସଫ୍ଟ ବଲ ଦଳରେ ମନୋନିତ ହୋଇଛନ୍ତି । ଏହି ଦଳ 3ଟି ପର୍ଯ୍ୟାୟରେ ଚୟନ କରାଯାଇଥିଲା । ସାରା ଦେଶରୁ 56 ଜଣ ବଛା ବଛା ଖେଳାଳୀଙ୍କୁ ନେଇ ଆରମ୍ଭ ହୋଇଥିବା ଚୟନ କ୍ୟାମ୍ପରେ ବିଭିନ୍ନ ଦିଗରୁ ପ୍ରଦର୍ଶନକୁ ଦେଖି 16 ଜଣିଆ ଟିମ ଚୟନ କରାଯାଇଛି । ଯେଉଁଥିରେ ଶ୍ବେତାସ୍ବିନୀ ରହିଛନ୍ତି ।

ପ୍ରଥମ ଆନ୍ତର୍ଜାତୀୟ ମହିଳା ସଫ୍ଟବଲ ଟିମରେ ଗଜପତି ଭଳି ଏକ ଅଞ୍ଚଳର ଜଣେ ଆଦିବାସୀ ଝିଅ ସାମିଲ ହେବା ନିଶ୍ଚିତ ଭାବେ ଜିଲ୍ଲା ପାଇଁ ଏକ ଗୌରବର କଥା । ତେଣୁ ଏହାକୁ ନେଇ ତାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ବେଶ ଖୁସି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଖେଳ ଶିକ୍ଷକ ଏବଂ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଶ୍ରେୟ ଦେବା ସହ ପିତାମାତାଙ୍କ ପ୍ରେରଣା ପାଇଁ ଏହା ହୋଇପାରିଥିବା କହିଛନ୍ତି ।

ଏନେଇ ଶ୍ବେତସ୍ବିନୀଙ୍କ ବାପା କହିଛନ୍ତି, "ବହୁ କଷ୍ଟରେ ଝିଅ ପାଠ ପଢ଼ି ବଡ଼ ହୋଇଛି । ଝିଅ ଦେଶ ପାଇଁ ଖେଳିବ, ତାଠୁ ବଡ଼ ଖୁସି ଆଉ କଣ ବା ହେଇପାରେ । ଆଗକୁ ଆହୁରି ଭଲ ଖେଳି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣୁ ।" ବଣ ମଲ୍ଲି କେବଳ ଯେ, ବଣରେ ଫୁଟି ମଉଳି ଯାଏ ତାହା ନୁହେଁ । ତା ମହକରେ ସେ ସାରା ବିଶ୍ବକୁ ମହକାଇ ପାରେ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଶ୍ବେତସ୍ବିନୀ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.