ETV Bharat / state

ଦାମପୁରର ପ୍ରସିଦ୍ଧ ଗୁଡ: ନାହିଁ ବଜାର, ନିଶ୍ଚିହ୍ନ ହୋଇଯିବ କି ବ୍ୟବସାୟ

ଚାଷୀଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଯୋଜନାରେ ଚାଷୀଙ୍କୁ ଫାଇଦା ମିଳୁଛି ତ ? ଗଜପତି ଜିଲ୍ଲାର ଦାମପୁର ଗାଁ ଚାଷୀଙ୍କ ଅବସ୍ଥା ଦେଖିବା ପରେ ଏଭଳି ପ୍ରଶ୍ନ ଉଠାଇବାକୁ ଆମେ ବାଧ୍ୟ ହୋଇଛୁ । ଦିନଥିଲା ଗୁଡ଼ ପ୍ରସ୍ତୁତି ପାଇଁ ସାରା ରାଜ୍ୟରେ ନାଁ କରିଥିଲା ଗଜପତି ଜିଲ୍ଲା ଦାମପୁର ଗାଁ । ଅଧିକ ପଢ଼ନ୍ତୁ

author img

By

Published : Mar 15, 2022, 8:08 PM IST

ବଜାର ନାହିଁ, ଦାମପୁରରେ ବିକ୍ରି ହୋଇପାରୁନାହିଁ ଖାଣ୍ଟି ଗୁଡ଼

ଗଜପତି: ଚାଷୀଙ୍କ ପାଇଁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ଏହି ସବୁ ଯୋଜନାରେ ଚାଷୀଙ୍କୁ କି ଲାଭ ମିଳୁଛି ତାହା ଜାଣିବା ଆବଶ୍ୟକ । କାରଣ ରାଜ୍ୟ ସରକାର କୃଷି ଭିତ୍ତିକ ଶିଳ୍ପ ଉପରେ ଏତେଟା ଫୋକସ କରୁନଥିବା ବେଳେ କେଉଁ ପ୍ରକାର ଯୋଜନା ଚାଷୀଙ୍କ କାମ ଆସୁଛି ? ଗଜପତି ଜିଲ୍ଲାର ଦାମପୁର ଅଞ୍ଚଳର ଆଖୁଚାଷୀଙ୍କ ଅବସ୍ଥା ଦେଖିବା ପରେ ଏଭଳି ପ୍ରଶ୍ନ ଉଠାଇବାକୁ ଆମେ ବାଧ୍ୟ ହୋଇଛୁ ।

ବଜାର ନାହିଁ, ଦାମପୁରରେ ନିଶ୍ଚିହ୍ନ ହେବାକୁ ବସିଛି ଗୁଡ଼ ବ୍ୟବସାୟ

ଦିନେ ଗୁଡ ପ୍ରସ୍ତୁତି ପାଇଁ ଗଜପତି ଜିଲ୍ଲାର ଦାମପୁର ସାରା ରାଜ୍ୟରେ ଚହଳ ପକାଇଥିଲା । କେବଳ ରାଜ୍ୟ କାହିଁକି, ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବେଶ୍ ନାଁ କରିଥିଲା ଗଜପତି ଗୋଷାଣି ବ୍ଲକର ଦାମପୁର ଗ୍ରାମ । ଏହି ଗାଁରେ ଘରେଘରେ ପ୍ରସ୍ତୁତ ହେଉଥିଲା ଖାଣ୍ଟି ଗୁଡ । ଗୁଡ଼ କିଣିବାକୁ ଦାମପୁରକୁ ଶହଶହ ବ୍ୟବସାୟୀ ଓ ଗ୍ରାହକ ଛୁଟି ଆସୁଥିଲେ । ଲୋକେ ଗୁଡ ବ୍ୟବସାୟରୁ ଭଲ ଦୁଇ ପଇସା ଲାଭ ପାଉଥିଲେ । ହେଲେ ବର୍ତ୍ତମାନ ବଜାର ଅଭାବ ଯୋଗୁଁ ଆଉ ଆଗ ଭଳି ବ୍ୟବସାୟ ନାହିଁ । ତେଣୁ ଅଧିକାଂଶ ଲୋକେ ଗୁଡ ପ୍ରସ୍ତୁତି କାମ ଛାଡି ସାରିଲେଣି । ଯେଉଁ କେତେଜଣ ଏହାକୁ ଆଜି ଯାଏଁ ଗୁଡ଼ ପ୍ରସ୍ତୁତ କରୁଛନ୍ତି, ସେମାନେ ମଧ୍ୟ ବଜାର ଅଭାବ ଥିବାରୁ ଭଲ ଲାଭ ମିଳୁନଥିବା କଥା କହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଦାମପୁର ଆଖୁଚାଷୀ ।

ପ୍ରଶାସନ ପକ୍ଷରୁ ଗୁଡ ବିକ୍ରି ପାଇଁ ଏଠାରେ କୌଣସି ବଜାର ସୃଷ୍ଟି କରାଯାଉନାହିଁ । ତେଣୁ ଏହି ଅଞ୍ଚଳର ଅନେକ ଲୋକେ ଏବେ ଗୁଡ଼ ବ୍ୟବସାୟରୁ ମୁହଁ ଫେରାଇ ନେଉଛନ୍ତି । ବର୍ତ୍ତମାନ ହାତଗଣତି କିଛି ପରିବାରକୁ ବାଦ ଦେଲେ ଆଉ କିଏ ଗୁଡ ପ୍ରସ୍ତୁତ କରୁନାହାନ୍ତି । ଏହି ବ୍ୟବସାୟକୁ ବଞ୍ଚାଇ ରଖିବା ପାଇଁ ପ୍ରଶାସନ ଏବଂ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବଜାର ସୃଷ୍ଟି କରିବାକୁ ବର୍ତ୍ତମାନ ବ୍ୟବସାୟରେ ଜାରି ରଖିଥିବା ଲୋକେ ଦାବି କରିଛନ୍ତି ।

ପାରଳାଖେମୁଣ୍ଡି ଅଞ୍ଚଳରେ କୁଶଳୀ ଆଖୁ ଚାଷୀ ରହିଥିଲେ । ତେଣୁ ପ୍ରବଳ ମାତ୍ରାରେ ଆଖୁଚାଷ ହେଉଥିଲା । ଏହାକୁ ଦେଖି ଏହି ଅଞ୍ଚଳରେ ବହୁ ବର୍ଷ ପୂର୍ବରୁ ଦୁଇଟି ଚିନି କଳ ନିର୍ମାଣ ହୋଇଥିଲା । କିଛି ବର୍ଷ ଏହା ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଏହାପରେ ବି ଚାଷୀ ଆଖୁଚାଷ ଜାରି ରଖିଛନ୍ତି । ଗୁଡ଼ ପ୍ରସ୍ତୁତ ବନ୍ଦ ହେବା ପରେ ବେକାରୀ ବର୍ତ୍ତମାନ ମୁଖ୍ୟ ସମସ୍ୟା ସାଜିଛି । ଏଭଳି ସ୍ଥିତିରେ ଯେଉଁମାନେ ନିଜ ବ୍ୟବସାୟ ଚଳାଉଛନ୍ତି, ପ୍ରଶାସନ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ହୋଇ ପଡ଼ିଛି । ବିଶେଷ କରି କୃଷିଶିଳ୍ପ ଏବଂ ଉତ୍ପାଦିତ ସାମଗ୍ରୀକୁ ବିକ୍ରି ପାଇଁ ବଜାର ସୃଷ୍ଟି କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।

କୃଷି ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ବଦଳରେ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ସହ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରଶାସନ ଯତ୍ନବାନ ହେବାକୁ ସ୍ଥାନୀୟ ଲୋକେ ପରାମର୍ଶ ଦେଇଛନ୍ତି । ତାହେଲେ ବେକାରୀ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବା ନେଇ ଆଶା କରଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.