ଗଜପତି: ବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ଗଢା ହୁଏ । ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ମନ୍ଦିର। ପାଠ ପଢା ସହ ସେଠାରେ ପିଲାମାନେ ଖେଳକୁଦ ମଧ୍ୟ ଶିଖିଥାନ୍ତି। କ୍ରୀଡାରେ ସେମାନଙ୍କୁ ସୃଦୁଢ କରିବାକୁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରୀଡା ପ୍ରାଙ୍ଗଣରେ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷରୁ କମ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏଥିରେ 13ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷ ଗୋବାରା ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆର୍.ଉଦୟଗିରି ଓ ମୋହନା ବ୍ଳକ୍ ମଧ୍ୟରେ ଉଦଘାଟନୀ ମ୍ୟାଚରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ୧୯୫ ଜଣ ଛାତ୍ରଛାତ୍ରୀ ସହିତ ୮୫ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ମଶାଲ ଧରି ସହର ପରିକ୍ରମା କରିଥିଲେ। ୮ଗୋଟି ବାଳକ ଟିମ ଓ ୫ଗୋଟି ବାଳିକା ଟିମ ଅଂଶ ଗ୍ରହଣ କରିଛନ୍ତି। ପିଲାଙ୍କୁ 400ଶହ ଫୁଟବଲ ବଣ୍ଟା ଯିବ । କଳିଙ୍ଗ ଷ୍ଟାଡିୟମରେ ଫିଫା 17 ବର୍ଷରୁ କମ୍ ମହିଳା ବିଶ୍ବକପ ଆୟୋଜିତ ହେଉଛି । ଏ ନେଇ ପ୍ରତି ଜିଲ୍ଲା ସ୍ତରରେ ଗୋଟିଏ ଗୋଟିଏ ସ୍ପୋର୍ଟ୍ସ ଇଭେଣ୍ଟ ଆରମ୍ଭ ହୋଇଛି । ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଟିମ ଗଠନ ହୋଇ ମ୍ୟାଚ ହେବ । ବିଜୟୀ ଟିମ ଆଗାମୀ ମ୍ୟାଚ ପାଇଁ ଉତୀର୍ଣ୍ଣ ହେବ ।
ଏହା ବି ପଢନ୍ତୁ...ଖୋର୍ଦ୍ଧାରେ ୧୭ ବର୍ଷରୁ କମ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
ପ୍ରକାଶ ଥାଉକି, ମଙ୍ଗଳବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ଅନୁଷ୍ଠିତ ହୋଇଛି । ଏଧିରେ ପ୍ରଥମ ମ୍ୟାଚ ବ୍ରାଜିଲ ଓ ମରକ୍କୋ ଓ ଦ୍ବିତୀୟ ମ୍ୟାଚ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିଲା । ମରକ୍କୋକୁ 0-1ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ । ଦ୍ବିତୀୟ ମୁକାବିଲାରେ ଘରୋଇ ଭାରତକୁ ଆମେରିକା ପରାସ୍ତ କରିଛି । ଆସନ୍ତା 14 ତାରିଖରେ ମରକ୍କୋକୁ ଭେଟିବ ଭାରତ ।
ଇଟଭି ଭାରତ, ଗଜପତି