ଗଜପତି: ତିତଲି ବାତ୍ୟା ପରବର୍ତ୍ତୀ ପୁନଃ ଉଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଗଜପତି ଜିଲ୍ଲା ଗସ୍ତରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ ସେଠୀ । ଏଠାରେ ସେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଛନ୍ତି । ଏଥିସହ ନିଜ ବିଭାଗ ଅଧିନସ୍ଥ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି ।
ଏହାପରେ ସେ କ୍ଷେତ୍ର ପରିଦର୍ଶନରେ ରାୟଗଡ ବ୍ଲକର କଇପୁର ଅଞ୍ଚଳକୁ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ତିତଲି ପ୍ରଭାବରେ ଏହି ଅଞ୍ଚଳରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ଏଠାରେ ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର କାମ କେତେ ଦୂର ସଫଳ ହୋଇଛି, ସେ ନେଇ ସମୀକ୍ଷା କରିବେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ