ETV Bharat / state

Durga Puja Special: ବର୍ଷକୁ 16 ଦିନ ଖୋଲେ ଦଣ୍ଡମାଁ ପୀଠ, ଭକ୍ତଙ୍କ ମନୋବାଞ୍ଝା ପୂରଣ କରନ୍ତି ଠାକୁରାଣୀ

author img

By ETV Bharat Odisha Team

Published : Oct 21, 2023, 6:37 PM IST

ପାରଳାଖେମୁଣ୍ଡିର ଦଣ୍ଡମାଁ ଠାକୁରାଣୀଙ୍କ ରହିଛି ସ୍ବତନ୍ତ୍ରତା । ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲା ହୋଇଥାଏ ଏହି ପୀଠ । ତେଣୁ ଏହି ସମୟରେ ଏହି ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥାଏ । ଅଧିକ ପଢନ୍ତୁ

ବର୍ଷରେ ମାତ୍ର 16 ଦିନ ପାଇଁ ଖୋଲା ହୋଇଥାଏ ଦଣ୍ଡମାଁ ପୀଠ

ଗଜପତି: ଚାଲିଛି ନବରାତ୍ରୀ । ବିଭିନ୍ନ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମା’ଙ୍କ ପୂଜା ଚାଲିଛି । ଏଥିପାଇଁ ଚାରିଆଡେ ପାର୍ବଣର ମାହୋଲ । ବିଭିନ୍ନ ଶକ୍ତି ପୀଠରେ ପରମ୍ପରା ମା’ଙ୍କୁ ଆରାଧନା କରାଯାଇଥାଏ । ସେହିଭଳି ଏକ ପୀଠ ହେଉଛି ପାରଳାଖେମୁଣ୍ଡିର ଦଣ୍ଡମାଁ ପୀଠ । ଏହି ପୀଠ ବର୍ଷରେ ମାତ୍ର 16ଦିନ ପାଇ ଖୋଲା ହୋଇଥାଏ । ମା’ଙ୍କ ନିକଟରେ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ସମୟରେ ଲୋକଙ୍କ ଗହଳି ଲାଗି ରହିଥାଏ । ଶକ୍ତିଙ୍କ ଚାରିପାଖରେ ଥିବା 64 ଯୋଗିନୀଙ୍କ ପ୍ରତିନିଧୀ ଭାବେ ଏହି ଦେବୀଙ୍କୁ ପୂଜା କରାଯାଉଥିବା କହିଛନ୍ତି ପଣ୍ଡିତ ।

ଦଣ୍ଡମାଁ ପୀଠର ମାହାତ୍ମ୍ୟ: ପାରଳାଖେମୁଣ୍ଡି ସମେତ ସାରା ଗଜପତିରେ ଚାଲିଛି ମା‘ ଦଶଭୂଜାଙ୍କ ପୂଜାର୍ଚ୍ଚନା । ପାରଳାଖେମୁଣ୍ଡି ଦଣ୍ଡମାଁ ଠାକୁରାଣୀଙ୍କ ରହିଛି ସ୍ବତନ୍ତ୍ରତା । ବର୍ଷ ସାରା ଏହି ମନ୍ଦିର ବନ୍ଦ ରହୁଥିବା ବେଳେ ମୂଳାଷ୍ଟମୀ ଦିନ ଏହି ପୀଠ ଖୋଲାଯାଇଥାଏ । ପ୍ରାୟ 16ଦିନ ମା’ଙ୍କ ପୂଜାର୍ଚ୍ଚନା କରାଯିବା ପରେ ଦଶହରା ବିଳମ୍ବିତ ରାତିରେ ମା’ଙ୍କ ପୀଠରେ ଘଟ ଉପରେ ଏକ ନଡିଆ ଓ ଏକ ଅଖଣ୍ତ ଦୀପ ପ୍ରଜ୍ବଳନ କରାଯାଇ ଫାଟକ ବନ୍ଦ କରି ଦିଆଯାଏ । ତେବେ ଆର ବର୍ଷ ଫାଟକ ଖୋଲିବା ସମୟ ଦୀପ ଜଳୁଥିବା ବେଳେ ନଡିଆ ସତେଜ ରହିଥିବା ବିଶ୍ବାସ ରହିଛି । ତେବେ ଏହି 16ଦିନ ମଧ୍ୟରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଥିବାରୁ ପ୍ରବଳ ଜନସମାଗମ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ... Durga Puja 2023: ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମନ୍ଦିର ପରିସର

ଦଣ୍ଡମାଁ ପୀଠର କିମ୍ବଦନ୍ତୀ: ପୂଜକ ଜନନ୍ନାଥ ରଥ ଶର୍ମା କହିଛନ୍ତି, ‘‘ଏହା କୌଣସି ଶକ୍ତି ପୀଠ ନୁହେଁ । ଦଣ୍ଡାମାଁ ହେଉଛନ୍ତି 64 ଯୋଗିନୀଙ୍କ ପ୍ରତିନିଧୀ । ମହାରାଜାଙ୍କ 8ଟି ଶକ୍ତି ପୀଠ ମଧ୍ୟରୁ କଦମ୍ବଖଣ୍ଡା ଅନ୍ୟତମ । ଏହି ନବରାତ୍ର ସମୟରେ ତାଙ୍କୁ ନିକଟରେ ମହାରାଜାଙ୍କ ସୈନ୍ୟବାହିନୀ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପୂଜା କରୁଥିଲେ । ତେବେ ସେ ବଳି ପିପାଶୁ ଥିଲେ । ତେଣୁ ତାଙ୍କୁ ନିମନ୍ତ୍ରଣ କରି ଆଣିବା ବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଉଥିଲା । ଏହି ସ୍ଥାନରେ ତାଙ୍କ ସହ ଆସୁଥିବା 64 ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ବଳି ପ୍ରଦାନ କରାଯିବା ସହ ପୂଜାର୍ଚ୍ଚାନା କରାଯାଉଥିଲା ।’’ ଶକ୍ତି ହୁଅନ୍ତୁ କିମ୍ବା ଯୋଗିନୀଙ୍କ ପ୍ରତିନିଧୀ । ଏହି ପୀଠର ରହିଛି ସ୍ବତନ୍ତ୍ର ମାହାତ୍ମ୍ୟ । ତେଣୁ ଏହି ସମୟରେ ଏହି ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥାଏ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.