ETV Bharat / state

ପାରଳାଖେମୁଣ୍ଡି ଯୁବକଙ୍କ ଛୋଟ ପ୍ରୟାସ, 'ପ୍ଲାଜମା'ରେ ଦେଖାଇଲେ କୋରୋନା ପୀଡିତଙ୍କ କାହାଣୀ

author img

By

Published : Sep 6, 2020, 9:43 PM IST

ମହାମାରୀରୁ ମୁକ୍ତ ହେବାକୁ ହେଲେ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ । ଲୋକଙ୍କୁ ସଚେତନ କରିବା ପାଇଁ ପାରଳାଖେମୁଣ୍ଡିର ଯୁବକମାନେ ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ଲାଜମା’ । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି ଯୁବକଙ୍କ ଛୋଟ ପ୍ରୟାସ, ନିର୍ମାଣ କଲେ କ୍ଷୁଦ୍ର ଚଳଚିତ୍ର 'ପ୍ଲାଜମା'

ଗଜପତି: ସାରା ବିଶ୍ବରେ ଚିନ୍ତାର କାରଣ ପାଲଟିଛି ମହାମାରୀ କୋରୋନା । ମହାମାରୀରୁ ମୁକ୍ତ ହେବାକୁ ହେଲେ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ, ଯାହାକୁ ନେଇ ଭାରତ ଭଳି ଦେଶରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପକୁ ପ୍ରଥମେ ଗ୍ରହଣ କରିପାରିନଥିଲେ ଜନସାଧାରଣ । ତେବେ ଭୂତାଣୁର ଭୟାବହତାକୁ ନିଜ ଆଖିରେ ଦେଖିବା ପରେ ଲୋକେ ଏତେ ମାତ୍ରାରେ ଭୟଭୀତ ହୋଇଯାଇଛନ୍ତି ଯେ, ନିଜ ଲୋକଙ୍କୁ ମଧ୍ୟ ଗ୍ରହଣ କରିବାକୁ ପଛଘୁଚା ଦେଇଛନ୍ତି । ଏପରିକି କରୋନା ଆକ୍ରାନ୍ତ କିମ୍ବା ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ଭଳି ପରିସ୍ଥିତି ଉପୁଜିଲାଣି । ଏହା ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ପାରଳାଖେମୁଣ୍ଡିର ଯୁବକମାନେ ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ଲାଜମା’ ।

ପାରଳାଖେମୁଣ୍ଡି ସହରର ଜଣେ ଯୁବ ସାମ୍ବାଦିକ କୋରୋନା ଯୋଦ୍ଧା ସାଜି କାମ କରୁ କରୁ କେତେବେଳେ ସଂକ୍ରମଣର ଶିକାର ହୋଇଗଲେ ସେ ନିଜେ ମଧ୍ୟ ଜାଣିପାରିନଥିଲେ । ହେଲେ ଯେଉଁମାନେ ନିଜର ଦୁଃଖକୁ ବଖାଣିବା ପାଇଁ ତାଙ୍କ ନିକଟକୁ ଦୌଡୁଥିଲେ, ସେହି ଲୋକମାନେ ହିଁ ତାଙ୍କ ପାଖକୁ ଆସିବା ତ ଦୂରର କଥା ଭଲ କରି ପଦୁଟିଏ କଥା ମଧ୍ୟ ହୋଇନଥିଲେ । କେବଳ ସେ ନୁହନ୍ତି ତାଙ୍କ ପରିବାରକୁ ମଧ୍ୟ ଏକ ଭିନ୍ନ ଦୃଷ୍ଟିରେ ଦେଖିଥିଲେ ସେମାନେ । ଏହାକୁ ନେଇ ପ୍ରଥମେ ପ୍ରଥମେ ଖୁବ ଭାଙ୍ଗିପଡ଼ିଥିଲେ ସେ । ମନକୁ ଦୃଢ଼ କରି କୋରୋନାରୁ ସୁସ୍ଥ ହେବା ପରେ ଅନ୍ୟ ଆକ୍ରାନ୍ତଙ୍କୁ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କରିବାକୁ ମଧ୍ୟ ଆଗେଇ ଆସିଥିଲେ । ତେବେ ଲୋକଙ୍କ ମଧ୍ୟରେ ଥିବା କୋରୋନାର ଡରକୁ ଦୂରେଇବା ପାଇଁ ପଣ କରିଥିଲେ ଏହି ଯୁବ ସାମ୍ବାଦିକ । ଅନେକ ଚିନ୍ତା କରିବା ପରେ ନିଜର କିଛି ସହଯୋଗୀଙ୍କୁ ନେଇ ‘ପ୍ଲାଜ୍ମା’ ନାମରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଯୁବ ସାମ୍ବାଦିକଙ୍କ ଏଭଳି ପ୍ରୟାସରେ ସାମିଲ ହୋଇଛନ୍ତି ପାରଳାଖେମୁଣ୍ଡିର କ୍ରିଏଟିଭ୍ ଆର୍ଟ୍ସର କଳାକାରମାନେ । ଯୁବ କଳାକାରଙ୍କ ଏଭଳି ଉଦ୍ୟମକୁ ବୁଦ୍ଧିଜୀବିମାନେ ପ୍ରସଂଶା କରିବା ସହ ଏହା ସମାଜ ପାଇଁ ଦର୍ପଣ ସଦୃଶ ହୋଇଥିବା କହିଛନ୍ତି ।

କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ଯୁବ କଳାକାରମାନଙ୍କ ପ୍ରୟାସ ମଧ୍ୟ ଏଦିଗରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.