ETV Bharat / state

ଗଜପତିରୁ ହଟିଲା ଧାରା 144

author img

By

Published : Mar 18, 2020, 2:14 PM IST

ଜିଲ୍ଲାରେ ୧୪୪ ଧାରା ଜାରି କରିବାର ୨୪ ଘଣ୍ଟା ନପୁରୁଣୁ ଏହାକୁ ହଟାଇ ଦିଆଯାଇଛି । ଏହାକୁ ନେଇ ସାଧାରଣ ଲୋକେ ଆଶ୍ବସ୍ତ ଅନୁଭବ କରିଛନ୍ତି । ଏନେଇ ଜିଲ୍ଲାପାଳ ଅନୁପମ ଶାହା ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

144 revoked
144 revoked

ଗଜପତି: ଜିଲ୍ଲା ପ୍ରଶାସନର ବଡ ନିଷ୍ପତି । ଜିଲ୍ଲାରେ ୧୪୪ ଧାରା ଜାରି କରିବାର ୨୪ ଘଣ୍ଟା ନପୁରୁଣୁ ଏହାକୁ ହଟାଇ ଦିଆଯାଇଛି । ଏହାକୁ ନେଇ ସାଧାରଣ ଲୋକେ ଆଶ୍ବସ୍ତ ଅନୁଭବ କରିଛନ୍ତି । ଏନେଇ ଜିଲ୍ଲାପାଳ ଅନୁପମ ଶାହା ସ୍ପଷ୍ଟ କରିଛନ୍ତି ଯେ, ଜନସମାଗମକୁ ରୋକିବା ପାଇଁ ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ହଟାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଗଜପତିରୁ ହଟିଲା ଧାରା 144

କିନ୍ତୁ COVID-୧୯ ନିୟନ୍ତ୍ରଣ ଆଇନ ବଳବତ୍ତର ରହିଥିବା ସେ କହିଛନ୍ତି । କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସୋମବାର ହଠାତ୍ ୧୪୪ ଧାରା ଜାରି କରିଥିଲା । ଏହାପରେ ପୁଲିସ ଏବଂ ପ୍ରଶାସନ ବିଭିନ୍ନ ସ୍ଥାନ ବୁଲି ଗହଳି ଥିବା ଲୋକଙ୍କୁ ସଚେତନ କରିବା ସହ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ରହିବା ଉପରେ କଟକଣା ଜାରି କରାଯାଇଥିଲା।

ତେବେ ମଙ୍ଗଳବାର ସକାଳୁ ଧାରା 144 ହଟାଇ ଦିଆଯାଇଛି । କିନ୍ତୁ ଏବେବି ଜିଲ୍ଲାରେ COVID-୧୯ ନିୟନ୍ତ୍ରଣ ଆଇନ ବଳବତ୍ତର ରହିଥିବା ଯୋଗୁଁ ଜରୁରୀ ନଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ । କେବଳ ଜରୁରୀ ଆବଶ୍ୟକ ଦୋକାନ ହିଁ ଖୋଲାଯିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ସେହିପରି ଜିଲ୍ଲାରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.