ଗଜପତି: ‘ଟିଚ୍’ ଗଜପତି ଅଭିଯାନର ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଆଜି ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ଏହାର ସଫଳ ରୂପାୟନ ନେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମ ଗତ ବର୍ଷ ବେଶ ସଫଳତା ପାଇଥିଲା । ଏଥିରେ ଖୋଦ ଜିଲ୍ଲାପାଳ ବିଭିନ୍ନ ସ୍କୁଲ ବୁଲି ଶିକ୍ଷାଦାନ କରିଥିବା ବେଳେ ଅନେକ ଅଧିକାରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀ ଶିକ୍ଷାଦାନ କରିଥିଲେ । ଏହାଦ୍ବାରା ଜିଲ୍ଲାର ଶିକ୍ଷକ ସମସ୍ୟା କିଛି ମାତ୍ରାରେ ଦୂର ହେବା ସହ ପିଲାମାନେ ଏହାର ଲାଭ ପାଇଥିଲେ ।
ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶସିଂତ ହୋଇଥିଲା । ଚଳିତବର୍ଷ ଏହାର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ କହିବା ସହ ଶିକ୍ଷାଦାନ ପାଇଁ ଇଚ୍ଛୁକ ବ୍ୟକ୍ତି ମାନେ ଆବେଦନ କଲେ ସେମାନଙ୍କ ଯୋଗ୍ୟତା ଅନୁସାରେ ପଢାଇବାର ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ