ପାରଳାଖେମୁଣ୍ଡି: 12ଦଫା ଦାବି ନେଇ ଗଜପତି ଜିଲ୍ଲା ସରପଞ୍ଚଙ୍କର ବିରାଟ ଶୋଭାଯାତ୍ରା । ଜିଲ୍ଲାର ସମସ୍ତ ସରପଞ୍ଚ ଏଥିରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତକୁ ଅଖଣ୍ଡ କ୍ଷମତାର ବ୍ୟବସ୍ଥା ସହ ଗ୍ରାମାଞ୍ଚଳକୁ ସୁଦୃଢ଼ କରିବା ପାଇଁ ୭୩ତମ ଅଧିନିୟମ ଅନୁଯାୟୀ କ୍ଷମତା ପ୍ରଦାନ କରଯାଇଛି । କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଆଦେଶ ମଧ୍ୟମରେ ଗ୍ରାମ ପଞ୍ଚାୟତ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ଏହାକୁ ନେଇ ଜିଲ୍ଲା ସରପଞ୍ଚ ମହାସଂଘ ସରକାରଙ୍କ ନିକଟରେ ଦାବିଗୁଡ଼ିକ ପୁନଃ ବିଚାରକୁ ନେଇ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି ।
ତେବେ ସରପଞ୍ଚ ମହାସଂଘ ଦ୍ବାରା କରାଯାଇଥିବା ଦାବିଗୁଡ଼ିକ ହେଉଛି ଗ୍ରାମ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରପଞ୍ଚଙ୍କ ପ୍ରଶାସନିକ କ୍ଷମତା କାଏମ୍ ରଖାଯାଉ । ସରପଞ୍ଚମାନଙ୍କ ସମ୍ମାନ ସୂଚକ ଭତ୍ତା ରାଶି ୨୩୫୦ ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିବା । ଗ୍ରାମ ପଞ୍ଚାୟତ ମାନଙ୍କଠାରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଥଇଥାନ କରିବା । ସରପଞ୍ଚ ମାନେ ଗ୍ରାମ ପଞ୍ଚାୟତର ଭୋଟରମାନଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବାରୁ ଓ୍ବାର୍ଡ ମେମ୍ବର ମାନଙ୍କ ଦ୍ବାରା ହେଉଥିବା ଅନସ୍ଥା ପ୍ରସ୍ତାବର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ସରପଞ୍ଚମାନଙ୍କର ଅବସରକାଳୀନ ଭତ୍ତା ଦିଆଯାଉ ଏବଂ ସରପଞ୍ଚମାନଙ୍କର ଜୀବନବୀମା ରାଶି ୧୦ ଲକ୍ଷ ଟଙ୍କା ଦିଆଯିବାକୁ ନେଇ ଦାବି କରିଛି ମହାସଂଘ ।
ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀ ଝିଅ ଜ୍ୟୋସ୍ନାଙ୍କୁ ଭାରୋତ୍ତଳନ ଚମ୍ପିୟାନସିପରେ ସଫଳତା, ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ
ଏହାସହ ଗ୍ରାମ ପଞ୍ଚାୟତର ପଞ୍ଚମ" SFC ଅର୍ଥରାଶି ପାଣ୍ଠି ବ୍ୟବସ୍ଥାକୁ ବୃଦ୍ଧି କରାଯିବା । ପାନୀୟ ଜଳ ଓ ପରିମଳ ଦାୟିତ୍ଵ ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରାଯିବା । ୭୩ତମ ତ୍ରିସ୍ତରୀୟ ପଞ୍ଚାୟତ ଆଇନ ଆଦେଶ ଅନୁଯାୟୀ ପଞ୍ଚାୟତ ଅଧିନରେ ଆସୁଥିବା ୨୭ଟି ବିଭାଗକୁ ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କରିବା ପାଇଁ ଅଗ୍ରାଧିକାର ଦିଆଯାଉ । SFC & CFC ଅନୁଦାନ କମ ଆସୁଥିବାରୁ Street Light ଏବଂ ଜଳ ଯୋଗାଣ ବାବଦରେ ବିଦ୍ୟୁତ ବିଲ୍ ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ଗ୍ରାମ ପଞ୍ଚାୟତକୁ ଦିଆଯିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକର ସଠିକ୍ ମୁକାବିଲା ପାଇଁ ପଞ୍ଚାୟତର ସରପଞ୍ଚମାନଙ୍କ ହାତପାଣ୍ଠି ବାବଦକୁ ଅତି କମରେ ୧୦ଲକ୍ଷ ଦିଆଯାଉ ଓ ୫ଗୋଟି ଗୃହ ପ୍ରଦାନର କ୍ଷମତା ଦିଆଯିବା ନେଇ ଅନେକ ଦାବି କରାଯାଇଛି ।
ତେବେ ଦାବିଗୁଡ଼ିକ ତୁରନ୍ତ ପୂରଣ କରିବା ସହ ଏହା ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି । ସେପଟେ ଦାବି ପୂରଣ ନହେଲେ ଆଗାମୀ ଦିନରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି ଜିଲ୍ଲା ସରପଞ୍ଚ ମହାସଂଘ ।
ଇଟିଭି ଭାରତ, ପାରଳାଖେମୁଣ୍ଡି