ETV Bharat / state

ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ; ସରୁନି ରାସ୍ତା କାମ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଅଧାରେ ଅଟକିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ । ଠିକ ସମୟରେ କାମ ନ ସରିବାରୁ ଅସରାଏ ବର୍ଷାରେ ବେହାଲ ହୋଇଛି ସହରର ରାସ୍ତା । ଅଧିକ ପଢନ୍ତୁ...

author img

By

Published : Jun 4, 2021, 1:13 PM IST

ସରୁନି ରାସ୍ତା କାମ
ସରୁନି ରାସ୍ତା କାମ

ଗଜପତି: ଅଧାରେ ଅଟକିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ । ଠିକ ସମୟରେ କାମ ନ ସରିବାରୁ ଅସରାଏ ବର୍ଷାରେ ବେହାଲ ହୋଇଛି ସହରର ରାସ୍ତା । ରାସ୍ତା କାମ ସରୁଛି ନା ଡ୍ରେନରେ ପାଇପ ଲାଇନ ବିଛା ଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ।

ସରୁନି ରାସ୍ତା କାମ

ପୂର୍ତ୍ତ ବିଭାଗ ଏବଂ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ବର୍ଷ ବର୍ଷ ଧରି ସହରର ପ୍ରଶସ୍ତିକରଣ କାମ ଅଧପନ୍ତରିଆ ହୋଇ ପଡିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଖୋଳା ହୋଇଥିବା ଡ୍ରେନ ଏବେ ପୋତି ହୋବାକୁ ବସିଲାଣି । ଫଳରେ ସାମାନ୍ୟ ବର୍ଷାରେ ପାରଳାଖେମୁଣ୍ଡିରେ ଏକ ପ୍ରକାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏପରିକି ପାରଳାଖେମୁଣ୍ଡି ଥାନା ମଧ୍ୟକୁ ନାଳ ପାଣି ପସିବାରୁ ଥାନା ପରିସର ଅବସ୍ଥା ସାଂଘାତିକ ହୋଇପଡିଛି ।

ଏ ନେଇ ବିଭାଗୀୟ ଦଳ, ପ୍ରଶାସନିକ ଅଧିକାରୀ ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ପାରଳାଖେମୁଣ୍ଡି ସହରରେ ସ୍ଥିତି ସମୀକ୍ଷା କରୁଥିବାବେଳେ ସାଧାରଣ ଲୋକଙ୍କ ପ୍ରଶ୍ନବାଣ ସେମାନଙ୍କୁ ଘାଇଲା କରିଛି । କାମରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅତିଶୀଘ୍ର ସ୍ଥିତିରେ ସୁଧାର ଅଣାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.