ଗଜପତି: ରାସ୍ତା ପ୍ରଶସ୍ତିକରଣ ଦାବି କରି ବାଦପୁର ଘାଟିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। ତେବେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଆର ଉଦୟଗିରି ବ୍ଲକଠାରୁ ମାତ୍ର 2 କିଲୋମିଟର ଦୂରରେ ବୁଧବାର ଏହି ରାସ୍ତାରୋକ କରାଯାଇଛି।
ସୂଚନା ଅନୁସାରେ, ଗତ 7 ବର୍ଷ ମଧ୍ୟରେ ଏହି ଘାଟିରେ ଦୁର୍ଘଟଣାରେ 30ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଯାଇଛି । ଗତକାଲି ମଧ୍ୟ ଏକ ଟ୍ରକ ସହ ଵାଇକ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା ।
ତେଣୁ ଏହାର ପ୍ରତିବାଦ କରି ଆଜି ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସଙ୍ଗେ ସଙ୍ଗେ ପାହାଡ କଟିଙ୍ଗ କରି ରାସ୍ତା ଓସାରିକରଣ ପାଇଁ ଦାବି କରିଛନ୍ତି। ଯଦି ଅତିଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ନହୁଏ, ତେବେ ଏଭଳି ଦୁର୍ଘଟଣା ପାଇଁ କୌଣସି ବିଶୃଙ୍ଖଳା ଘଟିଲେ ଏଥିପାଇଁ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ