ETV Bharat / state

ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର: ସ୍କୁଲ ଛାତ୍ର ମୃତ, 3 ଗୁରୁତର

ଗଜପତି ଜିଲ୍ଲାର ଆର.ଉଦୟଗିରି ଥାନା ରଣାଲଇ ଗାଁ ନିକଟରେ ସଡକ ଦୁର୍ଘଟଣା । ଅଟୋ ସହ ଟ୍ରାକ୍ଟର ଧକ୍କା ହେବା ଫଳରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଅଧିକ ଖବର ପଢନ୍ତୁ...

author img

By

Published : Dec 14, 2019, 2:15 PM IST

ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ଛାତ୍ର ମୃତ

ଗଜପତି: ଜିଲ୍ଲାର ଆର.ଉଦୟଗିରି ଥାନା ରଣାଲଇ ଗାଁ ନିକଟରେ ସଡକ ଦୁର୍ଘଟଣା । ଅଟୋ ସହ ଟ୍ରାକ୍ଟର ଧକ୍କା ହେବା ଫଳରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ମୃତକ ହେଲେ ଲୁବୁନ କରାଡ଼ । 8ରୁ ଅଧିକ ଛାତ୍ରଛାତ୍ରୀ ଏକ ଅଟୋରେ ରଣାଇ ଗାଁରୁ ତଲଡା ଲୋମ ପବ୍ଲିକ ସ୍କୁଲକୁ ଯାଉଥିଲେ ।

ମାତ୍ର ଗାଁ ଠାରୁ କିଛି ଦୂରରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲକୁ ନେଇଥିବାବେଳେ ସେଥିରେ ଥିବା ଛାତ୍ର ଲୁବୁନକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆହତଙ୍କ ମଧ୍ୟରେ 3 ଜଣ ଗୁରୁତର ଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.