ETV Bharat / state

ପଦାରେ ପଡିଲା ପାରଳାଖେମୁଣ୍ଡି କୋଭିଡ ହସ୍ପିଟାଲର ସ୍ବାସ୍ଥ୍ୟସେବା; ଭିଡିଓ ଭାଇରାଲ

author img

By

Published : May 7, 2021, 1:53 PM IST

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟ ରାଜ ସୀତପୁର ଠାରେ ଥିବା କୋଭିଡ ମେଡିକାଲରେ ଠିକ ଭାବରେ ରୋଗୀଙ୍କୁ ଚିକିତ୍ସା କରାଯାଉନଥିବା ଏକ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କୁ ମିଳୁନି ଉପଯୁକ୍ତ ସେବା
କୋରୋନା ରୋଗୀଙ୍କୁ ମିଳୁନି ଉପଯୁକ୍ତ ସେବା

ଗଜପତି: କୋଭିଡ ମେଡିକାଲରେ ମିଳୁନି ଠିକ ସେବା । ଆକ୍ରାନ୍ତଙ୍କୁ ଉପଯୁକ୍ତ ସ୍ବସ୍ଥ୍ୟସେବା ଯୋଗାଇ ଦିଆଯାଉ ନଥିବା ନେଇ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି ଜଣେ କୋରୋନା ରୋଗୀ ।

ଭିଡିଓରେ ଚିକିତ୍ସା ପାଇଁ ଗୁହାରି କଲେ ଆକ୍ରାନ୍ତ

ପାରଳାଖେମୁଣ୍ଡି ତେଲିସୁଣ୍ଡି ସାହିର ଏ. ବିଜୟ କୁମାର ଚୌଧୁରୀ ଗତ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ତାଙ୍କୁ ବେତାଗୁଡ଼ା କୋଭିଡ କେୟାର ସେଣ୍ଟରର ଓ ପରେ ରାଜସୀତପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତକାଲିଠାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ କୌଣସି ଡ଼ାକ୍ତର ତାଙ୍କୁ ଦେଖି ନଥିବା ଓ ସଠିକ୍ ଚିକିତ୍ସା ହୋଇନଥିବା ଅଭିଯୋଗ କରିଛନ୍ତି ବିଜୟ । ସେପଟେ କେବଳ ସେ ନୁହଁନ୍ତି ତାଙ୍କ ସହ ତାଙ୍କ ସ୍ତ୍ରୀ, ପୁଅ ,ଭାଇ, ଭାଉଜ ସମସ୍ତେ ଆକ୍ରାନ୍ତ ହୋଇ ସାରିଛନ୍ତି । ତେଣୁ ତାଙ୍କୁ ଯଦି ସଠିକ୍ ଚିକିତ୍ସା କରାନଯାଏ ତାଙ୍କ ପରିବାର ଉଜୁଡ଼ିଯିବ ବୋଲି ସେ ଭିଡିଓ ମାଧ୍ୟମରେ କହିବା ସହିତ ସଠିକ୍ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ।

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟ ରାଜ ସୀତପୁର ଠାରେ ଥିବା କୋଭିଡ ମେଡିକାଲରେ ଠିକ ଭାବରେ ରୋଗୀଙ୍କୁ ଚିକିତ୍ସା କରାଯାଉନାହିଁ ଓ ସେଠାର ବ୍ୟବସ୍ଥା ଠିକ୍ ନଥିବା ନେଇ ଗତ ଦୁଇ ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ଏପଟେ ଆଜି ସେହି ମେଡିକାଲ ଭିତରୁ ଜଣେ ରୋଗୀ ନିଜେ ଭିଡିଓ କରି ହସ୍ପିଟାଲରେ ସ୍ବାସ୍ଥ୍ୟସେବାରେ ଢିଲାପଣ ଥିବା ଅଭିଯୋଗ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.