ETV Bharat / state

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ରଥଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ରଥଯାତ୍ରା ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି। ଶେଷ ପର୍ଯ୍ୟାୟରେ ରଥକାର୍ଯ୍ୟ।ଅଧିକ ପଢ଼ନ୍ତୁ

author img

By

Published : Jun 14, 2023, 8:34 PM IST

ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଗଜପତି: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଓଡିଶାର କୋଣ ଅନୁକୋଣରେ ମହାଆଡ଼ମ୍ବରରେ ପାଳନ ହୋଇଥାଏ ଏହିଦିନ । ଏହି ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଆଡମ୍ବରରେ ପାଳନ ହେବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତିନୋଟି ଯାକ ରଥ ପ୍ରସ୍ତୁତି ହେବାରେ ଲାଗିଛି । ରଥ ଗୁଡିକର ସମସ୍ତ କାମ ଠିକ୍‌ ସମୟରେ ସାରିବା ପାଇଁ ମହାରଣା ସେବାୟତମାନେ କାମ ଚଳାଇଛନ୍ତି । ଦିନେ ଦୁଇଦିନ ମଧ୍ୟରେ ରଥ ରଙ୍ଗ ଦିଆ ଏବଂ ସାଜସଜା କାମ ଆରମ୍ଭ ହେବ । ରଥଯାତ୍ରା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ସାଧାରଣ ଲୋକ ଏବଂ ପ୍ରଶାସନ ମିଶି ରଥଯାତ୍ରାକୁ କେମିତି ସୁରୁଖୁରୁରେ କରାଯିବ ତାହା ଉପରେ ନଜର ରଖାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ।

ରଥଯାତ୍ରା କମିଟି ସଦସ୍ୟ ରଥଯାତ୍ରା ରାଜୁ ବେହେରା କହିଛନ୍ତି, "ପାରଳାଖେମୁଣ୍ଡିରେ ତିନୋଟି ଯାକ ରଥର ତିଆରି କାମ ସରିବା ଉପରେ । ରଥଯାତ୍ରାକୁ ପୂର୍ବବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ ରଥାଯାତ୍ରା ପରିଚାଳନା କମିଟି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଗତ 1ମାସ ଧରି ରଥକାମ ଆରମ୍ଭ ହୋଇଛି । ଆଉ ଦିନେ ଦୁଇ ଦିନ ଭିତରେ ରଥକାମ ସରିଯିବ । ରଥଯାତ୍ରା ପୂର୍ବରୁ ସମସ୍ତ କାମ ଶେଷ ହୋଇଯିବ । ବଳଭଦ୍ର, ସୁଭଦ୍ରା ରଥ କାମ ସରିବା ଉପରେ, ଜଗନ୍ନାଥ ରଥର ଉପର ଭାବ ଟିକେ କାମ ରହିଯାଇଛି ଆଉ ଦୁଇ ଦନି ଭିତରେ ତିନୋଟି ଯାକ ରଥର କାମ ସରିଯିବ ।"

ଅଧିକ ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ, ଦଶମୂଳ ମହୌଷଧି ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

ରଥାଯାତ୍ରା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥାଏ । ଫଳରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିରେ ମୁକାବିଲା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରିଯିବା ସହ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ସେହି କମିଟି ସେମାନଙ୍କ କାମ କରୁଛନ୍ତି ବୋଲି ରଥଯାତ୍ରା କମିଟିର ସଂପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.