ଗଜପତି: ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ । ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୁଲିଂ ପାର୍ଟିଙ୍କୁ ଆଜି ଗଜପତି ଷ୍ଟାଡିୟମ୍ରୁ ବସ ଓ ଅନ୍ୟାନ୍ୟ ଗାଡି ଯୋଗେ ମୋହନା ବ୍ଲକ ପଠାଯାଇଛି । ମୋହନା ବ୍ଲକର ପ୍ରଥମ ପର୍ଯ୍ୟାରେ 16 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଗଜପତି ଜିଲ୍ଲାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି । ସେହିପରି ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୁଲିଂ ପାର୍ଟି ଦ୍ୱାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ଗୁଡିକର ନିରାପତ୍ତା ସମ୍ପର୍କରେ ଯାଞ୍ଚ କରିଥିଲେ । ଏଣୁ ସାମଗ୍ରୀ ବିତରଣ କେନ୍ଦ୍ର ଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସାଙ୍ଗିକ ସାମଗ୍ରୀ ଶାନ୍ତି ଶୃଙ୍ଖଳାର ସହିତ ବିତରଣ କରାଯିବା ଉପରେ ଜିଲ୍ଲାପାଳ କହିଛନ୍ତି ।
ସେହିଭଳି ମତଦାନ କେନ୍ଦ୍ରରେ ପାନୀୟ ଜଳ ଯୋଗାଣ ଓ ନିରବଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ଭୋଟ ବାକ୍ସକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ପିଡି ଡିଆରଡିଏ ଅନାମ ଚରଣ ପାତ୍ର, ମୋହନା ବ୍ଲକ ବିଡିଓ ତପସ୍ୱନୀ ହାଁସଦା, ତହସିଲଦାର କିଶୋର ଚନ୍ଦ୍ର ଦାସ ଓ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ