ETV Bharat / state

ACFଙ୍କ କ୍ବାର୍ଟର ହିଁ ଘଟଣାସ୍ଥଳ, ତଦନ୍ତରୁ ସ୍ପଷ୍ଟ - କ୍ରାଇମବ୍ରାଞ୍ଚ

ମୃତ ACF ସୌମ୍ୟରଞ୍ଜନଙ୍କ ପାରଳାଖେମୁଣ୍ଡିସ୍ଥିତ କ୍ବାର୍ଟରରେ ପହଞ୍ଚି ତଦନ୍ତ କରିଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ସେହି କ୍ବାର୍ଟର ହିଁ ଘଟଣାସ୍ଥଳ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ସେପଟେ ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ପରେ ତାଙ୍କୁ ଗିରଫ କରିବାକୁ କହିଛନ୍ତି ସୌମ୍ୟରଞ୍ଜନଙ୍କ ଓକିଲ । ଅଧିକ ପଢନ୍ତୁ...

ACFଙ୍କ କ୍ବାର୍ଟର ହିଁ ଘଟଣାସ୍ଥଳ, ତଦନ୍ତରୁ ସ୍ପଷ୍ଟ

author img

By

Published : Jul 22, 2021, 7:29 PM IST

ଗଜପତି: ନୂଆ ନୂଆ ମୋଡ ନେଉଛି ACF ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରୀ । କେଉଁ ପରିସ୍ଥିତିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଲା, ତାହା ଜାଣିବାକୁ ଜୋରଦାର ଚାଲିଛି ତଦନ୍ତ । ତଦନ୍ତ ପ୍ରକ୍ରିୟାରେ ପୋଲିସ କ୍ରାଇମବ୍ରାଞ୍ଚର ସହାୟତା ଲୋଡି଼ଛି । ପୋଲିସ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଆଜି(ଗୁରୁବାର) ACFଙ୍କ କ୍ବାର୍ଟରରେ ପହଞ୍ଚି ଦୁଇ ଘଣ୍ଟା ଧରି ରୁଦ୍ଧଦ୍ବାର ତଦନ୍ତ କରିଛନ୍ତି । ଯାହାପରେ କ୍ରାଇମବ୍ରାଞ୍ଚ ଡିଏସପି ଏହି ସରକାରୀ ବାସଭବନ ହିଁ ଘଟଣାସ୍ଥଳ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଦକ୍ଷିଣାଞ୍ଚଳ ଡିଆଇଜି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ଯାଏଁ ତଦନ୍ତର ଅଗ୍ରଗତି ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଖୁବଶୀଘ୍ର ଏହି ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ।

ACFଙ୍କ କ୍ବାର୍ଟର ହିଁ ଘଟଣାସ୍ଥଳ, ତଦନ୍ତରୁ ସ୍ପଷ୍ଟ

ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଗୁରୁବାର ସୌମ୍ୟଙ୍କ କ୍ବାର୍ଟରର ଚତୁଃପାର୍ଶ୍ବରେ ବୁଲିଥିଲେ । ଘରର ବାରିପଟ ସ୍କାଏଲାଇଟରେ ଲାଗିଥିବା ଏକ ମଶାଜାଲି ପୋଡି ଯାଇଥିବାବେଳେ କବାଟର କିଛି ଅଂଶ ମଧ୍ୟ ପୋଡିଥିବା ଦେଖାଯାଇଛି । ତେଣୁ ଏହି କ୍ବାର୍ଟର ହିଁ ଘଟଣାସ୍ଥଳ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ । ତେବେ ଗୁରୁବାର ମଧ୍ୟ ଡିଏଫଓଙ୍କୁ ଜେରା କରାଯାଇ ନାହିଁ ଏବଂ କେବେ ଜେରା କରାଯିବ ସେନେଇ କେହି ସ୍ପଷ୍ଟୀକରଣ ଦେଉନାହାନ୍ତି । ଯାହାକୁ ନେଇ ଅନେକାଂଶରେ ପ୍ରଶ୍ନ ଉଠିଛି । ତେବେ ତଦନ୍ତକାରୀ ଅଧିକାରୀ ଏହି ପଚରାଉଚରା କରିବେ ବୋଲି ଡିଏସପି କହିଥିବାବେଳେ ଡିଏଫଓ ତଦନ୍ତ ପରିସରଭୁକ୍ତ ଅଛନ୍ତି ଏବଂ ତାଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି କହିଛନ୍ତି ତଦନ୍ତ ଅଧିକାରୀ ।

ଏହି ସବୁ ଭିତରେ ପୁଣି ଝଡ ସୃଷ୍ଟି କରିଛି ଏକ ଗୋଲାପୀ ଚିଠି । ପୋଲିସ ହାତରେ ଲାଗିଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠି ତାଙ୍କୁ ପୁଣି ସନ୍ଦେହ ଘେରକୁ ଟାଣିଛି । ଚିଠିରେ ବିଦ୍ୟାଭାରତୀ ସୌମ୍ୟଙ୍କୁ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି । ଯେଉଁଥିରୁ ବିଦ୍ୟାଭାରତୀ ସୌମ୍ୟଙ୍କୁ କେତେ ମାତ୍ରାରେ ଘୃଣା କରନ୍ତି ତାହା ବାରି ହୋଇଛି । ତେଣୁ ପୋଲିସ ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କରୁ । ତାଙ୍କୁ ଗିରଫ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ଏବଂ ସେ ହିଁ ହତ୍ୟାକାଣ୍ଡର ମୁଖ୍ୟ ବୋଲି କହିଛନ୍ତି ସୌମ୍ୟରଞ୍ଜନଙ୍କ ଓକିଲ ପାର୍ଥସାରଥୀ ନାୟକ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.