ETV Bharat / state

ପାରଳାଖେମୁଣ୍ଡି ଗଣସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

author img

By

Published : Jul 18, 2022, 5:36 PM IST

Updated : Jul 18, 2022, 6:13 PM IST

ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା ଜଗନ୍ନାଥ ଗଜପତିଙ୍କ ନେତୃତ୍ବରେ ୧୭୬୭ରୁ ୧୮୩୪ ଯାଏଁ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରାଯାଇଛି । ଅଧିକ ପଢନ୍ତୁ

ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବାଧୀନ ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବୀ

ଗଜପତି: ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମକୁ ନେଇ ବିବାଦ ଲାଗିରହିଛି । କିଏ ୧୮୫୭ରେ ସଂଗଠିତ ସିପାହୀ ବିଦ୍ରୋହକୁ ତ ଆଉ କିଏ ଓଡିଶାର ଖୋର୍ଦ୍ଧାଗଡରେ ହୋଇଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରୁଛନ୍ତି । ଏହା ମଧ୍ୟରେ ଆଉ ଏକ ଦାବି ସାମ୍ନାକୁ ଆସିଛି । ୧୭୬୭ରୁ ୧୮୩୪ଯାଏଁ ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା ଜଗନ୍ନାଥ ଗଜପତିଙ୍କ ନେତୃତ୍ବରେ ଇଂରେଜମାନଙ୍କ ବିରୋଧରେ ହୋଇଥିବା ସଶସ୍ତ୍ର ସଂଗ୍ରାମ ହିଁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରାଯାଇଛି ।

ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବାଧୀନ ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବୀ
ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବାଧୀନ ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବୀ
ପାରଳାଖେମୁଣ୍ଡି ଗଣସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ପାରଳାର ଲଲାମ ନାମକ ପୁସ୍ତକରେ ଏହା ଉଲ୍ଲେଖ ରହିଛି । ଏହି ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଘୋଷଣା କରିବାକୁ ଦାବି କରି ପାରଳାର ବୁଦ୍ଧିଜୀବୀ ଏବଂ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ପତ୍ର ଲେଖିଛନ୍ତି । ସେହି ମର୍ମରେ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ମଧ୍ୟ ଏକ ଦାବିପତ୍ର ପଠାଇଛନ୍ତି । ଏହି ଦାବିପତ୍ର ପାଇବା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି ।

ଯେଉଁଥିରେ ତୁରନ୍ତ ଏହି ଦାବିର ତଦାରଖ କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଦୀର୍ଘ ୩୪ବର୍ଷ ଧରି ଚାଲିଥିବା ଏହି ସଶସ୍ତ୍ର ଆନ୍ଦୋଳନ ସମୟରେ ଏହି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଇଂରେଜମାନଙ୍କୁ କଡା ମୁକାବିଲା କରିବା ସହ ସେମାନଙ୍କୁ ଏହି ଅଞ୍ଚଳରେ ପ୍ରବେଶ କରାଇ ଦେଇନଥିଲେ ।

ତେବେ ଏହି ସଂଗ୍ରାମ ସମୟରେ ଇଂରେଜମାନେ ୧୮ଜଣଙ୍କୁ ଫାଶୀ ଦେଇଥିବା ସରକାରୀଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହା ଢେର୍‌ ଅଧିକ ବୋଲି କୁହାଯାଉଛି । ତେଣୁ ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବା ସହ ଏଥିରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କ ସମ୍ମାନ ପାଇଁ ସେମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଗଜପତି

Last Updated : Jul 18, 2022, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.