ETV Bharat / state

ରାତି ପାହିଲେ ରଥଯାତ୍ରା, ପ୍ରସ୍ତୁତ ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jul 3, 2019, 10:53 PM IST

ଗଜପତି: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ସକାଳୁ ରଥ ପ୍ରତିଷ୍ଠା ପରେ ପୂର୍ବାହ୍ନ 11.45ରେ ପହଣ୍ଡି ଆରମ୍ଭ ହେବ । ଏହାପରେ ଅପରାହ୍ନ 4ଟା ବେଳେ ରଥ ଟଣା ଆରମ୍ଭ ହୋଇ ସଂନ୍ଧ୍ୟା ପୂର୍ବରୁ 3 ରଥକୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ତେବେ ରଥଯାତ୍ରା ସମୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ସୁରକ୍ଷା ଦାୟିତ୍ବରେ 30ଜଣ ଅଧିକାରୀଙ୍କୁ ବିଭିନ୍ନ ଦାୟତ୍ବରେ ରଖାଯାଇଥିବା ବେଳେ 5 ପ୍ଳାଟୁନ ଫୋର୍ସ ସହ 70ଜଣ ହୋମଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:
ବାଘ ଛାଲ ଚୋରା ଚାଲାଣ: ଗିରଫ ୱାର୍ଡର ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ବାଘ ଛାଲ ଚୋରା ଚାଲାଣ ପଛରେ ସରକାରୀ ଅଧିକାରୀ ସମ୍ପୃକ୍ତି ରହିବା ଘଟଣା ଏବେ ରାଜ୍ୟରେ ହାଇଛଇ ଶ୍ରୁଷ୍ଟି କରିଛି।ବାଘ ଛାଲ ଚୋରା ଚାଲାଣ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଜେଲ ୱାଡ଼ର ରହିଛନ୍ତି। ଗିରଫ ହୋଇଥିବା ୱାର୍ଡ ର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି କାରାଗାର ମହାନିର୍ଦେଶକ।

Body:

କ୍ରାଇମବ୍ରାଞ୍ଚ ଏସଟିଏଫ ମଙ୍ଗଳବାର ଦୁଇ ଜଣ ବାଘ ବ୍ୟବସାୟୀଙ୍କୁ କରିଥିଲା ଗିରଫ । ବାଘ ଛାଲ ଚୋରା ଚାଲାଣ କରୁଥିବା ଦୁଇ ଜଣ ପୋଲିସ କର୍ମଚାରୀ ସମ୍ପୃକ୍ତ ରହୁଛନ୍ତି। ଜଣେ ଜେଲ ୱାଡ଼ର୍ ରହିଥିବା ବେଳେ ଅନ୍ୟଟି ଦେଓଗଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ର ହାବିଲଦାର। ତେବେ ଏହି ଦୁଇ ଜଣଙ୍କୁ ଗିରଫ ହେବା ପରେ ତୁରନ୍ତ ଜେଲ ୱାଡ଼ର ଙ୍କ ଉପରେ କରାଜ୍ୟନୁଷ୍ଠାନ ଗ୍ରହଣ କରିବାକୁ ସମ୍ବଲପୁର ମୁଖ୍ୟ ଜେଲ ବରିଷ୍ଠ ଅଧିକ୍ଷକ ଙ୍କୁ କାରାଗାର ମହାନିର୍ଦେଶକ ନିର୍ଦେଶ ଦେଇଛନ୍ତି। ତେବେ ଏହାର ତଦନ୍ତ ପରେ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ କାରାଗାର ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ।

Conclusion:

ସୂଚନା ଯୋଗ୍ୟ , କିଛି ଦିନ ତଳେ ତିନି ଜଣ ବାଘ ଛାଲ ବ୍ୟବସାୟୀ ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଆଣି ପଚରାଉଚରା କରିବା ବେଳେ ଉକ୍ତ ବ୍ୟବସାୟୀଙ୍କ ସମ୍ପର୍କ ଏଇ ସୂଚନା ପାଇଥିଲା । ସେହି ସୂଚନା କୁ ଅଧରକରି 4 ଜଣଙ୍କୁ ଗିରଫ କରିଥିଲା। ତେବେ ମଙ୍ଗଳବାର ଦିନ ଦୁଇ ଜଣଙ୍କୁ ଗୁରଫ କରିଛି। ସେମାନେ ବେଳେ ବରଗଡ ଥାନା ଅଧିନ କତାପଲ୍ଲୀ ର ରଶ୍ମିରଞ୍ଜନ ମିଶ୍ର। ଓ ସୁନ୍ଦରଗଡ ବରନେଇ ଥାନା ଅଧିନ ବଡ ଗୋଗୁଆର ଲିକୁ କୁମାର ସାହୁ। ଏମନଙ୍କ ଭିତରୁ ରଶ୍ମିରଞ୍ଜନ ମିଶ୍ର ରାଉରକେଲା ସ୍ପେଶାଲ ଜେଲର ୱାର୍ଡ ର ଭାବେ କାର୍ଯ୍ୟରତ ରହୁଥିଲେ।
କିପରି ଭାବରେ ଅପର୍ଦ୍ଧିମାନନଙ୍କ ସହ କି ସମ୍ପର୍କ ରହିଥିଲା। ବାଘ ଛାଲ କେଉଁ ଠାରୁ କେଉଁ ଠିକୁ ଯାଉଥିଲା ତାହାର ତଦନ୍ତ କରାଯିବ ।

byte- ମହେନ୍ଦ୍ର ପ୍ରତାପ, ଅତିରିକ୍ତ ପୋଲିସ ମହାନିର୍ଦେଶକ ତଥା କାରାଗାର ନିରୀକ୍ଷକଓ ନିର୍ଦେଶକ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.