ETV Bharat / state

ଅନାଥ ଆଶ୍ରମ ଅନ୍ତେବାସୀଙ୍କ ବାଜିମାତ୍, ଦଶମ ପରୀକ୍ଷାରେ 70 ରୁ 90% ମାର୍କ ରଖି ସଫଳତା - ଗଜପତି ଖବର

ବାପାମାଆ ଚାଲିଗଲେ, ଜିଲ୍ଲା ପ୍ରଶାସନର ସହାୟତାରେ ଉଦ୍ଧାର ଅନାଥ ଆଶ୍ରମରେ ରହୁଥିଲେ । ଚଳିତ ଦଶମ ପରୀକ୍ଷାରେ 70 ରୁ 90 ପ୍ରତିଶତ ମାର୍କ ରଖି ଚର୍ଚ୍ଚାରେ ଗଜପତି ଜିଲ୍ଲାର ଅନାଥ ଆଶ୍ରମ ଅନ୍ତେବାସୀ । ଅଧିକ ପଢ଼ନ୍ତୁ

matric exam result 2023
ମାଟ୍ରିକ ଫଳାଫଳ
author img

By

Published : May 20, 2023, 3:44 PM IST

ମାଟ୍ରିକ ଫଳାଫଳ

ଗଜପତି: ସଫଳତା ପାଇବାକୁ ହେଲେ କୌଣସି ପ୍ରତିବନ୍ଧକ ଅନ୍ତରାୟ ହୋଇନପାରେ । କେବଳ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଦ୍ବାରା ଏହା ହାସଲ କରିହେବ। ଏଭଳି ଅନେକ ଉଦାହରଣ ରହିଛି । ଯାହାକୁ ପ୍ରମାଣିତ କରିଛି ଗଜପତି ଜିଲ୍ଲାର ଶିଶୁ ଯତ୍ନ ଗୃହରେ ରହୁଥିବା ପିଲାଙ୍କ ମାଟ୍ରିକ ପରୀକ୍ଷାରେ ସଫଳତା । ବିଭିନ୍ନ କାରଣରୁ ନିଜ ବାପାମାଆଙ୍କ ଠାରୁ ଅଲଗା ହୋଇଥିବା ପିଲାମାନେ ମାଟ୍ରିକ ପରୀକ୍ଷାର ଭଲ ମାର୍କ ରଖି ସଫଳତା ହାସଲ କରିଛନ୍ତି । ପ୍ରଶାସନର ସହଯୋଗ ଏବଂ ସେମାନଙ୍କ ପରିଶ୍ରମ ହିଁ ତାଙ୍କୁ ଏହି ସଫଳତା ଦେଇଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ହୋଇ ସାରିଛି । ଗଜପତି ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଉତ୍କଳ ବିପନ୍ନ ସହାୟତା ସମିତିରେ ରହୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ନେଇ ସବୁଡେ ଚର୍ଚ୍ଚା । ରାଜ୍ୟରେ ଅନେକ ପିଲା ଏମାନଙ୍କ ଭଳି କିମ୍ବା ଏମାନଙ୍କ ଠାରୁ ଆହୁରି ଭଲ ନମ୍ବର ରଖି ମାଟ୍ରିକ୍ ପାସ୍ କରିଥିବା ବେଳେ ଏମାନଙ୍କୁ କାହିଁକି ଚର୍ଚ୍ଚା କରାଯାଉଛି ତାହାକୁ ନେଇ ଅନେକ ଭାବୁଥିବେ । ହେଲେ ଏମାନଙ୍କ ସଫଳତା ଏବେ ଏଥିପାଇଁ ଚର୍ଚ୍ଚାର ବିଷୟ ହୋଇଛି ଯେ ମାନେ ନିଜ କୌଣସି କାରଣରୁ ଅଭିଭାବକଙ୍କୁ ହରାଇବା ପରେ ପ୍ରଶାସନ ଦ୍ବାରା ଉଦ୍ଧାର ହୋଇ ବର୍ତ୍ତମାନ ଶିଶୁ ଯତ୍ନ ଗୃହରେ ରହି ପଢୁଛନ୍ତି ।

ଏମାନଙ୍କ ଭବିଷ୍ୟତ ଗଠନ ପାଇଁ ସମସ୍ତ ବ୍ୟବସ୍ଥା ସରକାର ଗ୍ରହଣ କରୁଥିବା ବେଳେ ଏମାନେ ମଧ୍ୟ ନିଜ ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିଛନ୍ତି । ଜିଲ୍ଲାର 5ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା 18ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାସ କରିବା ନିଶ୍ଚିତ ଭାବେ ଏକ ଚର୍ଚ୍ଚାର ବିଷୟ । ଏମାନେ ବିନା କୌଣସି ପ୍ରକାର ସୁବିଧା ସୁଯୋଗରେ ସେମାନେ ଏହି ସଫଳତା ପାଇଛନ୍ତି । କାରଣ ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ ମହାମାରୀ ଯୋଗୁଁ ନିଜ ଅଭିଭାବକଙ୍କୁ ହରାଇଥିବା ଏହି ପିଲାମାନେ ପ୍ରଶାସନ ଦ୍ବାରା ଉଦ୍ଧାର ହୋଇ ବର୍ତ୍ତମାନ ଶିଶୁ ଯତ୍ନ ଗୃହରେ ରହୁଛନ୍ତି । ଏହି ସଫଳତା ପାଇବା ପରେ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି । କୃତି ଛାତ୍ରୀ କହିଛନ୍ତି ଯେ, "ପ୍ରଶାସନ ତରଫରୁ ଆମ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଶାସନର ସହଯୋଗ ଏବଂ ସେମାନଙ୍କ ପରିଶ୍ରମ ହିଁ ଏହି ସଫଳତା ଆଣିଦେଇଛି । ଆଗାମୀ ଦିନରେ ପାଠପଢି ଚାକିରୀ କରିବାକୁ ଲକ୍ଷ୍ୟ ରଖିଛି ।"

ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ ମହାମାରୀ ସିନା ପିଲାମାନଙ୍କ ଠାରୁ ବାପା ଓ ମା’ଙ୍କୁ ନେଇଗଲା, କିନ୍ତୁ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ଓ ମାଆର ସ୍ନେହମମତା, ଯତ୍ନ ସୁରକ୍ଷାରେ ଏପରି ବାନ୍ଧି ହୋଇ ରହି ନିଜ ନିଜର ଭବିଷ୍ୟତ ଗଢି ତୋଳିବାରେ ଅଗ୍ରସର ହେଉଛନ୍ତି । ଏହାର ଉଦାହରଣ ହେଉଛି ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡିଶା ବୋର୍ଡ ପରୀକ୍ଷା ଫଳ । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଏଭଳି ପିତୃମାତୃହୀନ ପିଲାମାନେ ଶତକଡା 70ରୁ 90 ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରେ । ଜିଲ୍ଲାର ବିଭନ୍ନ ଶିଶୁ ଯତ୍ନ ଗୃହରେ ରହୁଥିବା 20ଜଣ ଶିଶୁ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶତକଡା 80ରୁ ଅଧିକ ମାର୍କ ରଖି A2ରେ ସ୍ଥାନ ପାଇଥିବା ବେଳେ 10 ଜଣ ଶିଶୁ ଶତକଡା 75ରୁ ଊର୍ଦ୍ଧ୍ବ ମାର୍କ ରଖି B1ରେ ସ୍ଥାନ ପାଇଛନ୍ତି ।

A2 ଏବଂ B1 ସ୍ଥାନ ପାଇଥିବା ଶିଶୁଙ୍କ ମଧ୍ୟରୁ ଜଣେ ତିତିଲି ମହାବାତ୍ୟାରେ ମାତାପିତା ହରାଇଥିବା ବେଳେ ଅନ୍ୟ ଦୁଇଜଣ କୋଭିଡ ମହାମାରୀରେ ନିଜର ପିତାମାତାଙ୍କୁ ହରାଇ ଜିଲ୍ଲା ପ୍ରଶାସନ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହାୟତାରେ ଅନାଥ ଆଶ୍ରମରେ ରହୁଛନ୍ତି । ସେହିଭଳି କୋଭିଡ ଯୋଗୁଁ ନିଜ ମାତାପିତାଙ୍କୁ ହରାଇ ପ୍ରଧାନମନ୍ତ୍ରୀ କେୟାର ଫର୍ ଚିଲ୍ଡ୍ରେନ୍ ଯୋଜନାରେ ସ୍ଥାନ ପାଇଥିବା 8ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଭୂବନେଶ୍ବରର ଏକ ବେସରକାରୀ ବିଦ୍ୟାଳୟରେ ପଢୁଥିଲେ । ଯିଏକି ଗତ କିଛିଦିନ ତଳେ ପ୍ରକାଶ ପାଇଥିବା ସିବିଏସଇ ପରୀକ୍ଷାରେ ଶତକଡା 93 ପ୍ରତିଶତ ମାର୍କ ରଖିଥିଲେ । ପିଲାମାନେ ଏହି ସଫଳତା ପାଇଁ ଢେର ପରିଶ୍ରମ କରିଥିଲେ । ଯାହାର ସୁଫଳ ଆଜି ସେମାନଙ୍କୁ ମିଳିଥିବା ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଥିବା କର୍ମଚାରୀ କହିଛନ୍ତି । ସେହିପରି ପିଲାଙ୍କ ସଫଳତା କଥା ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା ବାଳିକା ଶିଶୁ ଯତ୍ନ ଏବଂ ଜଗନ୍ନାଥ ନିକେତନ ଅନୁଷ୍ଠାନକୁ ଯାଇ ପିଲାମାନଙ୍କ ସାଙ୍ଗରେ କିଛି ସମୟ କଟାଇବା ସହ ମିଠା ଖୁଆଇ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରତ୍ୟେକ ମୂହୁର୍ତ୍ତରେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ଛିଡା ହୋଇଥିବା କହି ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.