ETV Bharat / state

ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ - ଗଜପତିରେ ନିର୍ବାଚନୀ ବୈଠକ

ଗଜପତିରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀକୁ ନେଇ ପର୍ଯ୍ୟବେକ୍ଷକଙ୍କର ବୈଠକ । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ

author img

By

Published : Jan 27, 2022, 10:27 PM IST

ଗଜପତି: ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିପରି ସ୍ଵଛ, ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ କାର୍ଯ୍ୟକ୍ଷମ ଆରମ୍ଭ । ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ଵମୋହନ ରାୟ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ସିଂ ଦ୍ୱାରା ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ପରିଷଦର ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳିନୀ କକ୍ଷରେ ଅନୁଷ୍ଠିତ ହୋଇଛି l

ଏହି ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ପର୍ଯ୍ୟବେକ୍ଷକ, ଜିଲ୍ଲାରେ ହେବାକୁ ଥିବା ନିର୍ବାଚନ କିପରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ସୀମା ଉପରେ ସମସ୍ତଙ୍କୁ ଅବଗତ କରିବା ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରତିଦିନ ଖର୍ଚ୍ଚର ପରିମାଣକୁ ଉପସ୍ଥାପନା କରିବା ପାଇଁ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳ କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନର କାର୍ଯ୍ୟ ସରିବ ସେଥିପାଇଁ ସମସ୍ତଙ୍କୁ ସହଯୋଗ ଲୋଡିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଏଏସପି ବାମଦବେ ସିଂ, ଡିପିଓ ଉଲାସ ସେଠି, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.