ETV Bharat / state

ପୁଣି ଭାରରେ ବୁହା ହେଲେ ରୋଗୀ, ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା - ଭାରରେ ବୁହା ହେଲେ ରୋଗୀ

ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ରାସ୍ତା ନଥିବାରୁ ଭାରରେ ବୁହା ହୋଇଛନ୍ତି ରୋଗୀ। ଅଧିକ ପଢନ୍ତୁ

ପୁଣି ଭାରରେ ବୁହା ହେଲେ ରୋଗୀ
ପୁଣି ଭାରରେ ବୁହା ହେଲେ ରୋଗୀ
author img

By ETV Bharat Odisha Team

Published : Sep 14, 2023, 8:21 PM IST

ପୁଣି ଭାରରେ ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି: ପୁଣି ଭାରରେ ବୁହା ହେଲେ ରୋଗୀ । ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ବ୍ୟବସ୍ଥାର ଏପରି ବିକଳ ଚିତ୍ର । ସୂଚନା ଅନୁସାରେ, ଗୋଷାଣୀ ବ୍ଳକ ଅନ୍ତର୍ଗତ ସାନ ଦେଉଳା ଗାଁର ରାଜୁ ଶବର ଗତକାଲିଠାରୁ ଭୀଷଣ ଜ୍ବରରେ ପୀଡ଼ିତ ଥିଲେ। ଏନଇ ପରିବାରଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବା ଯୋଗୁଁ ଗାଁରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ ।

ଏହା ବି ପଢନ୍ତୁ...ଜୀବନକୁ ବାଜି, ଟ୍ୟୁବ ସାହାଯ୍ୟରେ ନଦୀ ପାର ହେଲେ ରୋଗୀ

ତେବେ ଆମ୍ବୁଲାନ୍ସ ଆସିନପାରି ଅଧା ବାଟରେ ଅଟକି ରହିଥିଲା । ଶେଷରେ କିଛି ଉପାୟ ନପାଇ ଗାଁର ଯୁବକମାନେ ଏକତ୍ରିତ ହୋଇ ରାଜୁ ଶବରକୁ ଏକ ଭାର ସାହାଯ୍ୟରେ ବୋହି ବୋହି ନେଇଥିଲେ । ଦୀର୍ଘ ୬ କିଲୋମିଟର ବୋହି ନେଇ ସେମାନଙ୍କୁ ଯିବାକୁ ପଡ଼ିଥିଲା । ଏହାପରେ ସେମାନେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ । ରାଜୁ ଶବରଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ଜଣା ପଡ଼ିଛି ।

ଏହା ବି ପଢନ୍ତୁ...ଦୁର୍ଗମରେ ଦୁର୍ଦ୍ଦଶା, ଖଟିଆରେ ବୁହା ହେଲେ 2 ଗର୍ଭବତୀ

ତେବେ ଅଞ୍ଚଳରେ ଏଭଳି ଘଟଣା କିଛି ନୂଆ ନୁହେଁ। କେବଳ ଗର୍ଭବତୀଙ୍କ ପ୍ରସବ ବେଦନା ହେଲେ ତାଙ୍କୁ ଖଟିଆରେ ବୁହା ହୋଇ ନିଆଯାଉଛି, ତ ଆଉ କେତେବେଳେ ରାସ୍ତାର ସମସ୍ୟା ଯୋଗୁଁ କୌଣସି ରୋଗରେ ଆକ୍ରାନ୍ତ ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସ୍ବାସ୍ଥ୍ୟକେନ୍ଦ୍ର ଯିବାପାଇଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ଏଠାରେ ଖଟିଆର ଆବଶ୍ୟକତା ପଡ଼ିଥାଏ । ନଚେତ ଭାରରେ ବୋହି ନେଇଥାନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ସରକାରୀ ଅଧିକାରୀଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ଆମ୍ବୁଲାନ୍ସ ସେବା ପାଲଟିଛି ସ୍ବପ୍ନ, 3କିଲୋମିଟର କାନ୍ଧରେ ବୁହା ହେଲେ ରୋଗୀ

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ତେବେ କେବଳ ଗଜପତି ଜିଲ୍ଲା ନୁହେଁ, ରାୟଗଡ଼ା, ମାଲକାନଗିରି ଆଦି ଅନେକ ଦୁର୍ଗମ ଅଞ୍ଚଳରେ ଏହି ସମସ୍ୟା ଲାଗି ରହିଥିବାବେଳେ ସରକାରଙ୍କ ଦୃଷ୍ଟି ପଡ଼ୁନି। ତେବେ ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଚିକିତ୍ସା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଲୋକେ । ଗର୍ଭବତୀମାନଙ୍କୁ ଜୀବନମରଣ ସହ ସଂଘର୍ଷ କରିବାକୁ ପଡ଼ୁଛି। ଏଭଳି ଅପହଞ୍ଚ ଇଲାକାକୁ ନିତିଦିନିଆ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.