ETV Bharat / state

Election Polls: କାହାକୁ କରିବେ ସରପଞ୍ଚ ? ଚିନ୍ତାରେ ଗ୍ରାମବାସୀ - ନାମନଗଡ ପଞ୍ଚାୟତ ନିର୍ବାଚନ ଅପଡେଟ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ପଞ୍ଚାୟତରେ ବାଜିଛି ନିର୍ବାଚନ ବିଗୁଲ । ଲୋକେ ବିଗତ ଦିନରେ ନିର୍ବାଚିତ ନେତାମାନେ କିଭଳି କାମ କରିଛନ୍ତି ତାହାର ହିସାବ କରିବା ସହ ଭବିଷ୍ୟତ ନେତା କିଭଳି ନିର୍ବାଚିତ କରିବେ ସେନେଇ ଯୋଜନା କରୁଛନ୍ତି । ଅଧିକ ପଢନ୍ତୁ

Election Poll: କାହାକୁ କରିବେ ସରପଞ୍ଚ ଚିନ୍ତାରେ ଗ୍ରାମବାସୀ

author img

By

Published : Jan 29, 2022, 8:01 PM IST

ଗଜପତି: ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗାଁରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ଲୋକେ ବିଗତ ଦିନରେ ନିର୍ବାଚିତ ନେତାମାନେ କିଭଳି କାମ କରିଛନ୍ତି ତାହାର ହିସାବ କରିବା ସହ ଭବିଷ୍ୟତ ନେତା କିଭଳି ନିର୍ବାଚିତ କରିବେ ସେନେଇ ଯୋଜନା କରୁଛନ୍ତି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ପଞ୍ଚାୟତରେ ବି ସେହି ସମାନ ଅବସ୍ଥା । ଏଠାକାର ସରପଞ୍ଚ ଗତ 5 ବର୍ଷ ମଧ୍ୟରେ ପଞ୍ଚାୟତର କିଛି ଉନ୍ନୟନମୂଳକ କାମ କରିଥିବା ବେଳେ ଆଉ କଛି ବାକି ରହିଛି । ତେବେ ସରପଞ୍ଚଙ୍କ କାମକୁ କିଛି ଲୋକେ ପ୍ରସଂଶା କରିବା ବେଳେ ଅନେକ ନିନ୍ଦା କରିଛନ୍ତି ଆଗାମି ଦିନରେ କିଭଳି ଜଣେ ଭଲ ନେତାଙ୍କୁ ନିର୍ବାଚିତ କରିବେ ଏଠାକାର ଲୋକେ ତାହା ଏବେ ନିର୍ଣ୍ଣୟ ହୋଇନାହିଁ ।

Election Poll: କାହାକୁ କରିବେ ସରପଞ୍ଚ ଚିନ୍ତାରେ ଗ୍ରାମବାସୀ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ପଞ୍ଚାୟତ । 11ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ ଅଧିନରେ ରହିଛି 55ଟି ଛୋଟବଡ ଗାଁ । ଏଥିମଧ୍ୟରୁ 12ଟି ରାଜସ୍ବ ଗାଁ(ବାରବା, ସୁରଙ୍ଗୀ, ଅତିଣ୍ଡା, ନାମନଗଡ-1, ନାମନଗଡ-2, ଲାଲୁସାହି, ଆନନ୍ଦପୁର, ସନ୍ତୋଷପୁର, ବିତିସିଂ, ଖେତଡା-1, ଖେତଡା-2 ଏବଂ ସୁରଙ୍ଗୀ-2) ରହିଥିବା ବେଳେ ବଳକା ପଡା ଗାଁ । ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତର ମୋଟ ଭୋଟର ସଂଖ୍ୟା 4448 । ଗତଥର ଏହି ପଞ୍ଚାୟତର ସରପଞ୍ଚ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ଥର ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । 2017 ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏନସ ରଇତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ନିଜ ନିର୍ବାଚନୀ ପ୍ରତିଶୃତି ମୁତାବକ ବିଜୟୀ ହେବା ପରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମ କରିଛନ୍ତି ବୋଲି ସେ କୁହନ୍ତି । ହେଲେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଯେ, ଗାଁରେ ଯେଉଁଭଳି କାର୍ଯ୍ୟ ହେବା କଥା ସେପରି ହୋଇନାହିଁ ।

ହେଲେ ସରପଞ୍ଚଙ୍କ କହିବାନୁଯାୟୀ, ଏହି ପଞ୍ଚାୟତର ଅଧିକାଂଶ ଗାଁକୁ ପକ୍କା ରାସ୍ତା ଖଣ୍ଡେ ନଥିଲା । ହେଲେ ଗତ 5 ବର୍ଷ ମଧ୍ୟରେ ପଞ୍ଚୟତର କିଛି ଗାଁକୁ ବାଦଦେଲେ ଅନ୍ୟ ସମସ୍ତ ଗାଁକୁ ରାସ୍ତା ନିର୍ମାଣ ହୋଇପାରୁନାହିଁ । ସେହିଭଳି ଏହି ପଞ୍ଚାୟତର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିଲେ । ହେଲେ ବର୍ତମାନ ବସୁଧା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗାଁକୁ ପାନୀୟ ଜଳ ସୁବିଧା ପାଇଁ କାର୍ଯ୍ୟ ପ୍ରାୟସ ସରିଛି । କେବଳ ଏହାର ଉଦଘାଟନ ବାକି ରହିଥିବା ବେଳେ ତାହାବି ଅତିଶୀଘ୍ର ହେଇଯିବ । କେବଳ ଏତିକି ନୁହେଁ, ଗାଁରେ ଷ୍ଟ୍ରିଟ୍ ଲାଇଟ୍ କଥା ଦୂରେ ଥାଉ ସଞ୍ଜ ନଇଁଲେ ଅନ୍ଧାରରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏବେ ଆଉ ସେହି ସମସ୍ୟା ନାହିଁ । ପ୍ରାୟ ପ୍ରତ୍ୟେକ ଗାଁରେ ଷ୍ଟ୍ରିଟ ଲାଇଟ ଲଗାଯାଇଛି ବୋଲି କହିଛନ୍ତି ସରପଞ୍ଚ ଏନସ ରଇତ ।

ସେପଟେ ଗରିବ ଲୋକଙ୍କୁ ଘର ଯୋଗାଇବା ଭଳି କାମ ମଧ୍ୟ କରିଛନ୍ତି ସତ କିନ୍ତୁ, ବିଦ୍ୟୁତ ସଂଯୋଗ ହୋଇନାହିଁ । ଯାହାର ଆଗରୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଖଣ୍ଡିଏ ନଥିଲା ସେଭଳି 9ଟି ପରିବାରକୁ ସରପଞ୍ଚ ନିଜ ଉଦ୍ୟମରେ ଘର ଯୋଗାଇ ଦେଇଛନ୍ତି । ସେଠାକୁ ମଧ୍ୟ ପାଣିର ସୁବିଧା କରିଥିବା ବେଳେ ବର୍ତମାନ ସୁଧା ସେଠାରେ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଲୋକେ ସରପଞ୍ଚକୁ ଗୁହାରି କରିଛନ୍ତି । ତେଣୁ ଏଥିରୁ ହିଁ ସ୍ପଷ୍ଟ ହେଉଛି ସରପଞ୍ଚ ନିଜ ପଞ୍ଚାୟତ ଏବଂ ପଞ୍ଚାୟତବାସୀଙ୍କ ଉନ୍ନତି ପାଇଁ କେତେ ତତ୍ପର ।

ଏହି ପଞ୍ଚାୟତରେ ଅନେକ କାମ ହୋଇଥିଲେ ମଧ୍ୟ ଏବେବି କିଛି ସମସ୍ୟା ରହିଛି । ଯାହାର ସମାଧାନ କରିବା ଜୁରୁରୀ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏହି ପଞ୍ଚାୟତର ନାଳ ନର୍ଦ୍ଦମା ଏବେ ବି ଖରାପ ରହିଛି । ଫଳରେ ମଶା ମାଛିର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ଏହି ପଞ୍ଚାୟତର କୌଣସି ସ୍ଥାନରେ ମୋବାଇଲ୍ ଟାୱାରଟିଏ ନଥିବାରୁ ଲୋକେ ଯୋଗାଯୋଗ ପାଇଁ ବହୁ ସମସ୍ୟା ହେଉଛି । ଏପରିକି କାହାର କିଛି ଅସୁବିଧା ହେଲେ ଆମ୍ବୁଲାନ୍ସ ମଗାଇବା ପାଇଁ ମଧ୍ୟ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଠାରେ ମୋବାଇଲ୍ ଟାୱାର ନିର୍ମାଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ ।

ପଞ୍ଚାୟତର ସମସ୍ୟା ସମାଧାନ କରିବା ପାଇଁ ନିର୍ବାଚନ ସମୟରେ ସରପଞ୍ଚ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ନିର୍ବାଚିତ ହେବା ପରେ ପ୍ରତିଶୃତି ରକ୍ଷା କରିବା ହିଁ ତାଙ୍କର ଧର୍ମ । ତେଣୁ, ସେ ଏହି ସବୁ କାମ କରିଥିବା କହିଛନ୍ତି । ବିଶେଷ କରି ପ୍ରତିଦିନ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସହ ଆଲୋଚନା କରି ସମାସ୍ୟା ବୁଝିବା ସହ ତାହାର ସମାଧାନ ପାଇଁ ପ୍ରୟାସ କରିଥିବା ଯୋଗୁଁ ଯାହା କିଛି କାମ ହୋଇପାରିଛି ବୋଲି କହିଛନ୍ତି ସରପଞ୍ଚ । ପଞ୍ଚାୟତର ଯାହା କିଛି କାମ ହୋଇଛି ତାହା ପାଇଁ ଲୋକଙ୍କ ସମର୍ଥନରୁ ହିଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ବର୍ତମାନର ସରପଞ୍ଚ ଏନସ ରଇତ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.