ETV Bharat / state

Municipal Polls: ପାରଳାଖେମୁଣ୍ଡିରେ ପହଞ୍ଚିଲେ ପୁଲିଂ ପାର୍ଟି

author img

By

Published : Mar 23, 2022, 5:21 PM IST

ଆସନ୍ତାକାଲି(ଗୁରୁବାର) ପୌର ନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ବୁଧବାର ମଧ୍ୟାହ୍ନ ସୁଦ୍ଧା ଉଭୟ କାଶୀନଗର ଏନଏସିର ୧୩ଟି ଏବଂ ପାରଳାଖେମୁଣ୍ଡି ପୌର ପରିଷଦର ୩୮ଟି ମତଦାନ କେନ୍ଦ୍ରରେ ପୁଲିଂ ପାର୍ଟି ପହଞ୍ଚି ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ

Municipal Poll : ପାରଳାଖେମୁଣ୍ଡି ପୌର ନିର୍ବାଚନ ପାଇଁ ପହଞ୍ଚିଲେ ପୁଲିଂପାର୍ଟି

ଗଜପତି: ଆସନ୍ତାକାଲି(ଗୁରୁବାର) ପୌର ନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ବୁଧବାର ମଧ୍ୟାହ୍ନ ସୁଦ୍ଧା ଉଭୟ କାଶୀନଗର ଏନଏସିର ୧୩ଟି ଏବଂ ପାରଳାଖେମୁଣ୍ଡି ପୌର ପରିଷଦର ୩୮ଟି ମତଦାନ କେନ୍ଦ୍ରରେ ପୁଲିଂ ପାର୍ଟି ପହଞ୍ଚି ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସୂଚନା ଦେଇଛନ୍ତି ।

ଚଳିତଥର ସହରାଞ୍ଚଳ ଲୋକେ କାଉନସିଲର ଏବଂ ଅଧ୍ୟକ୍ଷ ପାଇଁ ଭୋଟ ଦେବେ । ତେଣୁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦୁଇଟି ଲେଖାଏଁ ଇଭିଏମ ରହିବ । ତେଣୁ ଏଥର ପୁଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୩ ଜଣ ପୁଲିଂ ଅଫିସର ରହିଛନ୍ତି । ଏମାନଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ରହିବେ ବୋଲି ସେ କହିଛନ୍ତି । ପାରଳାଖେମୁଣ୍ଡି ପୌରାଞ୍ଚଳର ୩୮ଟି ମତଦାନ କେନ୍ଦ୍ର ମଧ୍ୟରୁ ୭ଟି କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ କାଶୀନଗର ଏନଏସିର ୧୩ଟି ମତଦାନ କେନ୍ଦ୍ର ମଧ୍ୟରୁ ୪ଟିକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ପାରଳାଖେମୁଣ୍ଡି ଏବଂ କାଶୀନଗରର ୪ଟି ଲେଖାଏଁ କ୍ଲଷ୍ଟର ବୁଥ ରହିଥିବାରୁ ସେଠାରେ ଜଣେ ପୋଲିସ ଅଧିକାରୀଙ୍କ ସହ ୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହେବେ ।

ସେହିଭଳି ସମ୍ବେଦନଶୀଳ କେନ୍ଦ୍ରମାନଙ୍କରେ ଅଧିକ ପୋଲିସ ମୁତୟନ କରାଯାଇଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ଏବଂ କାଶୀନଗରରେ ନିର୍ବାଚନୀ ମାହୋଲ ଶାନ୍ତିଶୃଙ୍ଖଳାରେ ରହିଛି । ତେଣୁ ଆସନ୍ତାକାଲି ଭୋଟ ଗ୍ରହଣ ମଧ୍ୟ କିଭଳି ଶାନ୍ତିଶୃଙ୍ଖଳାରେ ଶେଷ ହେବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.