ETV Bharat / state

ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ; ସପ୍ତାହେ ପରେବି ପୋଲିସ ହାତ ଖାଲି

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହେବାର ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଜାଣନ୍ତୁ ପୁରା ଖବର...

author img

By

Published : Jan 8, 2020, 7:15 PM IST

Updated : Jan 8, 2020, 7:51 PM IST

ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର
ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

ଗଜପତି: ନାବାଳିକା ଦୁଷ୍କର୍ମ ଅଭିଯୋଗ ହେବାର ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରୁ ଆସିଛି ଏଭଳି କିଛି ଅଭିଯୋଗ । ପୀଡିତାଙ୍କ ପରିବାର ଅତିରିକ୍ତ ଏସପିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ ଏଥିପାଇଁ ପୋଲିସ ପ୍ରୟାସ ଜାରି ରଖିଛି ଏବଂ ଅତିଶୀଘ୍ର ଅଭିଯୁକ୍ତକୁ ଠାବ କରାଯାଇ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ; ସପ୍ତାହେ ପରେବି ପୋଲିସ ହାତ ଖାଲି

ଘଟଣାଟି ଏମିତି, ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ । ଗତ ଡିସେମ୍ବର ୧୨ ତାରିଖ ଦିନ ପରିବାର ଲୋକେ ଚର୍ଚ୍ଚକୁ ଯାଇଥିଲେ । ଏହି ସମୟରେ ଘରେ 11ବର୍ଷର ନାବାଳିକା ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ପଡୋଶୀ ତରକାରୀ ଟିକିଏ ନେଇ ତାଙ୍କ ଘରକୁ ଆସିବାକୁ ନାବାଳିକାକୁ କହିଥିଲେ । ସଂପୃକ୍ତ ଯୁବକଙ୍କ କଥାରେ ବିଶ୍ବାସ କରି ତରକାରୀ ନେଇ ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିବା ବେଳେ ସେ ନାବାଳିକାକୁ ଟଣାଓଟରା କରିବା ସହ ଦୁଷ୍କର୍ମ କରିଥିଲା ।

ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ସହ ଏହି ଘଟଣାର ରେକର୍ଡିଂ ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଇଥିଲା ଅଭିଯୁକ୍ତ। ତେଣୁ ନାବାଳିକା ଜଣକ କାହାକୁ କିଛି କହିନଥିଲେ । ହେଲେ ଏହାର ସୁଯୋଗ ନେଇ ସଂପୃକ୍ତ ଯୁବକ ନାବାଳିକାକୁ ବାରମ୍ବାର ତାଙ୍କ ଘରକୁ ଆସିବା ପାଇଁ ବାଧ୍ୟ କରିବାରୁ ମାନସିକ ଚାପରେ ପଡି ନାବାଳିକା ଡିସେମ୍ବର ୩୦ ତାରିଖରେ ବିଷପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ତେବେ ଏହି ସମୟରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଏହାର କାରଣ ପଚାରିଥିଲେ ।

ଏହି ସମୟରେ ଘଟଣା ସଂପର୍କରେ ନାବାଳିକା ଜଣକ ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଗତ 31ତାରିଖ ଦିନ ପରିବାର ଲୋକେ ରାମଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ କେବଳ ଏକ ମାମଲା ରୁଜୁ କରିଦେଇ ଚୁପ୍ ବସିଛି, କିନ୍ତୁ ଅଭଯୁକ୍ତକୁ ଗିରଫ କରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକେ ଅତିରିକ୍ତ ଏସପିଙ୍କୁ ଭେଟି ଏନେଇ ଜଣାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଅତିରିକ୍ତ ଏସପି ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଅତିଶୀଘ୍ର ତାକୁ ଧରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-MINOR GIRL RAPE
FORMAT-PKG
REPORT-HARIHARA PATNAIK
PLACE-GAJAPATI
DATE-08.01.2020
ଆଙ୍କର-ନାବାଳିକା ବଳତ୍କାର ଅଭିଯୋଗ ହେବାର ଇତି ମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଗଲାଣି । ତଥାପି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଗଜପତି ଜିଲ୍ଲା ରାମଗିରି ଥାନା ଅଂଚଳରୁ ଆସିଛି ଏଭଳି କିଛି ଅଭିଯୋଗ । ପିଡିତାଙ୍କ ପରିବାର ଅତିରିକ୍ତ ଏସପିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ ଏଥିପାଇଁ ପୁଲିସ ପ୍ରୟାସ ଜାରି ରଖିଛି ଏବଂ ଅତିଶୀଘ୍ର ଅଭିଯୁକ୍ତକୁ ଠାବ କରାଯାଇ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।............
Body:ଭିଓ 01-ନାବାଳିକାକୁ ଦୁଷ୍କର୍ମ କରିବା ସହ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବା ସହ ଭିଡିଓ ଭାଇରାଲ କରିଦେବାର ଧମକ ଘଟଣାର ଅଭିଯୁତ୍କଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପିଡିତାଙ୍କ ପରିବାର ଦାବି କରିଛନ୍ତି । ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁରୁ ଆସିଛି ଏକ ସାଂଘାତିକ ଅଭଯୋଗ । ଗତ ଡିସେମ୍ବର ୧୨ ତାରିଖ ଦିନ ପରିବାର ଲୋକେ ଚର୍ଚ୍ଚକୁ ଯାଇଥିଲେ । ଏହି ସମୟରେ ଘରେ 11ବର୍ଷର ନାବାଳିକା ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ପଡୋଶୀ ତରକାରୀ ଟିକିଏ ନେଇ ତାଙ୍କ ଘରକୁ ଆସିବାକୁ ନାବାଳିକାକୁ କହିଥିଲେ । ସଂପୃକ୍ତ ଯୁବକଙ୍କ କଥାରେ ବିଶ୍ବାସ କରି ତରକାରୀ ନେଇ ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିବା ବେଳେ ସେ ନାବାଳିକାକୁ ଟଣାଓଟରା କରିବା ସହ ଦୁଷ୍କର୍ମ କରିଥିଲା । ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବା ସହ ଏହି ଘଟଣାର ରେକର୍ଡଂ ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଇଥିଲା । ତେଣୁ ନାବାଳିକା ଜଣକ କାହାକୁ କିଛି କହିନଥିଲେ । ହେଲେ ଏହାର ସୁଯୋଗ ନେଇ ସଂପୃକ୍ତ ଯୁବକ ନାବାଳିକାକୁ ବାରମ୍ବାର ତାଙ୍କ ଘରକୁ ଆସିବା ପାଇଁ ବାଧ୍ୟ କରିବାରୁ ମାନସିକ ଚାପରେ ପଡି ନାବାଳିକା ଡିସେମ୍ବର ୩୦ ତାରିଖରେ ବିଷପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ପରିବାର ଲୋକେ ଏଥିରୁ ତାଙ୍କୁ ଉଦ୍ଧାର କରିବା ସହ ଏହାର କାଣ ପଚାରିଥିଲେ । ଏହି ସମୟରେ ଘଟଣା ସଂପର୍କରେ ନାବାଳିକା ଜଣକ ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଏହାପରେ ଗତ 31ତାରିଖ ଦିନ ପରିବାର ଲୋକେ ରାମଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୁଲିସ କେବଲ ଏକ ମାମଲା ରୁଜୁ କରିଦେଇ ଚୁପ୍ ବସିଛି, କିନ୍ତୁ ଅଭଯୁକ୍ତକୁ ଗିରଫ କରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।...................
         ବାଇଟ୍ 01-ପିଡିତାଙ୍କ ମାଁ
         ବାଇଟ୍ 02-ପିଡିତାଙ୍କ ସଂପର୍କୀୟ
ଭିଓ 02-ପୁଲିସ ମାମଲା ରୁଜୁ କରିଛି । ହେଲେ ଇତିମଧ୍ୟରେ ସପ୍ତାହେ ବିତି ସାରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ତେଣୁ ପରିବାର ଲୋକେ ଅତିରିକ୍ତ ଏସପିଙ୍କୁ ଭେଟି ଏନେଇ ଜଣାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଅତିରିକ୍ତ ଏସପି ପିଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଅତିଶୀଘ୍ର ତାକୁ ଧରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ଏତିରିକ୍ତ ଏସପି କହିଛନ୍ତି ଯେ, ଘଟଣାର ବହୁ ଦିନ ପରେ ପୁଲିସ ନିକଟରେ ଅଭଯୋଗ କରାଯାଇଛି । ତେଣୁ ଅଭିଯୁକ୍ତ ଫେରାର ହୋଇସାରିଥିବାରୁ ଧରିବା ଏତେଟା ସହଜ ହେଉନାହିଁ । ତେବେ ଅପରାଧୀଙ୍କୁ ଧରପିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ତେଣୁ ସେ ଅତିଶୀଘ୍ର ଧରାପଡିବ ବୋଲି ସେ କହିଛନ୍ତି ।.................
         ବାଇଟ୍ 03-ସୀତାରାମ ଶତପଥୀ(ଅତିରିକ୍ତ ଏସପି, ଗଜପତି)
Conclusion:ଫାଭିଓ-ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିଚାଲିଛି । ଏହା ବିରୁଦ୍ଧରେ ରହିଥିବା ଆଇନ ମଧ୍ୟ ଦୁଷ୍କର୍ମକାରୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିପାରୁନାହିଁ । ତେଣୁ ଆଇନକୁ ନେଇ ଅଧିକ ସଚେତନତାର ଆବଶ୍ୟକତା ରହିଥିବା ପରି ମନେ ହେଉଛି୍ ।...............
...................ଗଜପତି ରୁ ହରିହର ପଟ୍ଟନାୟକ ଇଟିଭି ଭାରତ...........
......................PTC......................
Last Updated : Jan 8, 2020, 7:51 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.