ଗଜପତି: ଓଲଟିଲା ଆଦିବାସୀ ଉନ୍ନୟନ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି । ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।


ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ରାୟଗଡା ଫେରୁଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା । ହେଲେ ଗଜପତି ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି ଓଲଟିପଡିଲା । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟିପଡିବାରୁ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ