ETV Bharat / state

୨୦ ଦଫା ଦାବି ନେଇ ପାରଳାଖେମୁଣ୍ଡିରେ ଗର୍ଜିଲା CPI ଲିବରେସନ

author img

By

Published : Jun 27, 2022, 7:08 PM IST

ସିପିଆଇ (ଏମ୍.ଏଲ) ଲିବରେସନ୍ ଓ ଅଖିଳ ଭାରତ କୃଷକ ମହାସଭା ( A.I.K.M ) ତରଫରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କଲେଜ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ହୋଇଛି । ଅଧିକ ପଢନ୍ତୁ ।

MASSIVE MARCH IN GAJAPATI FOR DEMANDED LAND CLAIMS
ସିପିଆଇ ଲିବରେସନ୍ ଓ ଅଖିଳ ଭାରତ କୃଷକ ମହାସଭା ( A.I.K.M ) ତରଫରୁ ବିଶାଳ ଶୋଭାଯାତ୍ରା

ଗଜପତି: ବିଭିନ୍ନ ଦାବି ନେଇ ପାରଳାଖେମୁଣ୍ଡିରେ ବିଶାଳ ଶୋଭାଯାତ୍ରା କରିଛି ସିପିଆଇ(ଏମ୍ .ଏଲ) ଲିବରେସନ୍ ଓ ଅଖିଳ ଭାରତ କୃଷକ ମହାସଭା ( A.I.K.M ) । ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଦିବାସୀମାନଙ୍କର ଜାଗା ଦଖଲରେ ରହିଥିବା ସରକାରୀ ଜମି ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର୍.ଆଇ ଓ ଅମିନ୍‌ଙ୍କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ପାଇଁ ସୁ-ବନ୍ଦୋବସ୍ତ ଜିଲ୍ଲାର ସମସ୍ତ ଗରିବ, ଆଦିବାସୀ ସାଧାରଣ ଲୋକମାନଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ ମାଗଣା ଏବଂ ଟାଟା କମ୍ପାନୀ ସାଧାରଣ ଗରିବ ଲୋକଙ୍କ ଉପରେ ଅତ୍ୟଧିକ ବିଦ୍ୟୁତ ବିଲ ଠକି ନେବା ବନ୍ଦ ସହ ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ / - ଟଙ୍କା ଧାର୍ଯ୍ୟ କରାଯାଉ ବୋଲି ଦାବି କରିଛି ସିପିଆଇ(ଏମ୍ .ଏଲ) ।

ଏନେଇ ଆଜି ସିପିଆଇ(ଏମ୍ .ଏଲ) ପକ୍ଷରୁ ପାରଳାଖେମୁଣ୍ଡି କଲେଜ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ସ୍ଲୋଗାନମାନ ଦେଇ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହାସହ ପ୍ରତିବାଦ ସଭା କରିବା ସହ ଜିଲ୍ଲାପାଳଙ୍କ ୨୦ ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସରକାର ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି cpi ରାଜ୍ୟ କମିଟି ସଭ୍ୟ ତିରୁପତି ଗମାଙ୍ଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.