ETV Bharat / state

ରାସ୍ତା କାମକୁ ପୂରିନି ଦୁଇ ଦିନ, ଚକଡା ଚକଡା ହୋଇ ଉଠି ଯାଉଛି ପିଚୁ

author img

By ETV Bharat Odisha Team

Published : Dec 10, 2023, 8:00 PM IST

Low quality Road Work: ସରକାର ଗ୍ରାମାଞ୍ଚଳରେ ଲୋକମାନେ ସୁବିଧାରେ ଯିବା ଆସିବା କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ମନମାନି ପାଇଁ ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ପୌରପରିଷଦ ୫ନମ୍ବର ୱାର୍ଡ ଅନ୍ତର୍ଗତ ଜଙ୍ଗମ ସାହି ଛକରୁ ସୀତାସାଗର ଦେଇ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟରେ । ଅଧିକ ପଢ଼ନ୍ତୁ

low quality road construction
low quality road construction
low quality road construction

ଗଜପତି: ଗ୍ରାମାଞ୍ଚଳ ବିଶେଷ କରି ଦୁର୍ଗମ ଅଞ୍ଚଳର ରାସ୍ତାଘାଟ ନିର୍ମାଣ କରି ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳିଛି । ରାସ୍ତା କାମକୁ ଦୁଇ ଦିନ ପୁରିନି କିନ୍ତୁ ନିମ୍ନମାନର କାମ ଯୋଗୁଁ ଚକଡା ଚକଡା ହୋଇ ଉଠିପଡୁଛି ପିଚୁ । ଏହାକୁ ଦେଖିବା ପରେ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଏହି କାମ ବନ୍ଦ କରି ଖୋଦ୍ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଭଲ ଭାବେ କରିବା ପାଇଁ ଦାବି କରିଛନ୍ତି ତେବେ ରାସ୍ତା କାମରେ ଦୁର୍ନୀତି ଓ ନିମ୍ନମାନର କାମ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ଉପକଣ୍ଠ ସୀତାସାଗର ଦେଇ ଆନ୍ଧ୍ରସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମରେ ।

ତେବେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ୫ ନମ୍ବର ୱାର୍ଡ ଅନ୍ତର୍ଗତ ଜଙ୍ଗମ ସାହି ଛକରୁ ସୀତାସାଗର ଦେଇ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଯାତାୟତ କରୁଥିବା ଏହି ରାସ୍ତାର ମରାମତି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ଏହାର ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ପରେ ଏବେ ଏହି ରାସ୍ତାର କାମ ଆରମ୍ଭ ହୋଇଛି । ଦେଢ କିମି ରାସ୍ତା ପାଇଁ ୧୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ ଏହି କାମ ଅତି ନିମ୍ନମାନର କରାଯାଇଛି । ଦୁଇ ଦିନ ତଳେ ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଉଠିଯାଉଛି । ଏତେ ଟଙ୍କା ଆସିଥିଲେ ମଧ୍ୟ ଏଭଳି ନିମ୍ନମାନର କାମ କରାଯାଉଛି ଯେ, ଏହା ମାସେ ମଧ୍ୟ ଯିବା ସମ୍ଭବ ନୁହେଁ । ପୁଣି ଯେଉଁ ସ୍ଥିତିକୁ ସେହି ସ୍ଥିତି ହୋଇଯିବ ଏବଂ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେବେ । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାମ ଠିକ ମାନରେ କରାଯିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସରିଲାଣି ଡେଡଲାଇନ କେବେ ସରିବ ରାସ୍ତା କାମ ?

ସେପଟେ ଠିକାଦାର ନିଜ ମନମାନିରେ ଏହା କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ମଧ୍ୟ ସବୁ ଦେଖି ନଦେଖିବା ଭଳି ଚୁପ ରହୁଛନ୍ତି । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାମ କରାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାସହ କାମର ତଦାରଖ କରୁଥିବା ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଅନୀତା ପାତ୍ର ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ସ୍ବୀକାର କରିବା ସହ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦୋଇଛନ୍ତି ।" ଏହି ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହି ରାସ୍ତା କିଭଳି ସଠିକ ଭାବେ ନିର୍ମାଣ ହୋଇପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ" ବୋଲି ସେ କହିଛନ୍ତି । ତେବେ ଏହି ରାସ୍ତା କାମ ସଠିକ ଭାବେ କରାଇବାରେ ବିଭାଗ କେବେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.