ETV Bharat / state

ପୋଲିସ ହାବୁଡରେ ଡକାୟତି ଗ୍ୟାଙ୍ଗ: 3 ଗିରଫ, 5 ଫେରାର

ଫେଲ ମାରିଲା ଡକାୟତି ପ୍ଲାନ । ପୋଲିସ ହାତରେ ଧରା ପଡିଲା ପାରଳାଖେମୁଣ୍ଡିର ଏକ ଡକାୟତି ଗ୍ୟାଙ୍ଗ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ଭୋର ପ୍ରାୟ 3ଟାରେ ପୋଲିସ ଝାମି ଗାଁ ରାସ୍ତାରେ ଚଢାଉ କରିବା ପରେ ଧରା ପଡିଥିଲା ଏହି ଗ୍ୟାଙ୍ଗ ।

author img

By

Published : Mar 29, 2019, 6:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଫେଲ ମାରିଲା ଡକାୟତି ପ୍ଲାନ । ପୋଲିସ ହାତରେ ଧରା ପଡିଲା ପାରଳାଖେମୁଣ୍ଡିର ଏକ ଡକାୟତି ଗ୍ୟାଙ୍ଗ । ବିଶ୍ବସ୍ତସୂତ୍ରରୁ ଖବର ପାଇ ଶୁକ୍ରବାର ଭୋର ପ୍ରାୟ 3ଟାରେ ପୋଲିସ ଝାମି ଗାଁ ରାସ୍ତାରେ ଚଢାଉ କରିବା ପରେ ଧରା ପଡିଥିଲା ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ପଥଚାରୀଙ୍କୁ ଲୁଟ୍‌ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନା ଅନୁଯାୟୀ ଏହି ଡକାୟତି ଗ୍ୟାଙ୍ଗ ଝାମି ଗାଁ ରାସ୍ତାରେ ଯିବା ଆସିବା ଲୋକଙ୍କୁ ଲୁଟ୍‌ କରୁଥିବା ନେଇ ଅନେକ ଦିନରୁ ଲୋକେ ଅଭିଯୋଗ କରି ଆସୁଥିଲେ । ବିଶ୍ବସ୍ତସୂତ୍ରରୁ ଖବର ପାଇବା ପରେ ପୋଲିସ ଶୁକ୍ରବାର ଭୋର 3ଟାରେ ସମ୍ପୃକ୍ତ ରାସ୍ତା ବ୍ଲକିଂ କରିଥିଲା । ଯେଉଁଥିରେ ଡକାୟତ ଗ୍ୟାଙ୍ଗର 3 ଜଣ ଧରା ପଡିବା ସହ ସେମାନଙ୍କଠାରୁ 2ଟି ହାତ ତିଆରି ବୋମା, ଗୋଟିଏ ଖଣ୍ଡା, ଛୁରୀ, ଗନ ପାଉଡର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ଗିରଫ 3 ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଗ୍ୟାଙ୍ଗର ଅନ୍ୟ 5 ଜଣ ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଫେରାର ଡକାୟତମାନଙ୍କ ତଲାସ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.