ETV Bharat / state

ବଡ ଭାଇକୁ ହତ୍ୟା ଘଟଣାରେ ସାନ ଭାଇକୁ ଆଜୀବନ କାରାଦଣ୍ଡ

ଗଜପତି ଜିଲ୍ଲା ଚିନ୍ତାପଲ୍ଲି ଗ୍ରାମରେ ବଡ ଭାଇକୁ ସାନ ଭାଇ ହତ୍ୟା କରିବା ଘଟଣା । ଦୋଷୀକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଗଜପତି ଜିଲ୍ଲା ତଥା ଦୌରାଜଜ କୋର୍ଟ ।

author img

By

Published : Mar 1, 2023, 9:45 PM IST

life imprisonment to accused in murder case

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଚିନ୍ତାପଲ୍ଲି ହତ୍ୟାକାଣ୍ଡ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ଏହି ମାମଲାରେ ସମ୍ପୃକ୍ତ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଗଜପତି ଜିଲ୍ଲା ତଥା ଦୌରାଜଜ କୋର୍ଟ । ୨୦୧୯ ମସିହା ଜୁନ ୨୧ ତାରିଖରେ ନିଜ ଭାଇକୁ ନିର୍ମମ ଭାବେ ହତ୍ୟା କରିଥିଲା ଦୋଷୀ । ଏହି ଘଟଣାରେ ଗଜପତି ଜିଲ୍ଲା ତଥା ଦୌରାଜଜ କୋର୍ଟ ମାମଲାର ଶୁଣାଣି କରି ରାୟ ଶୁଣାଣି କରିଛନ୍ତି । ଗଜପତି ଜିଲ୍ଲା ତଥା ଦୌରାଜଜ ପ୍ରତାପ କୁମାର ରାଉତ ଏହାର ରାୟ ପ୍ରକାଶ କରି ଦୋଷୀକୁ ଦଣ୍ଡାଦେଶ ଦେଇଛନ୍ତି । ଅନ୍ୟାନ୍ୟ ଅପରାଧ ପାଇଁ ଆଠ ବର୍ଷ କାରାଦଣ୍ଡ ଓ ୨୧ ହଜାର ଟଙ୍କା ଜୋରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ପ୍ରକାରେ, ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରଣ୍ଡି ଥାନା ଅନ୍ତର୍ଗତ ଚିନ୍ତାପଲ୍ଲି ଗ୍ରାମରେ ୨୦୧୯ ମସିହା ଜୁନ ୨୧ ତାରିଖରେ ଏହି ଘଟଣା ଘଟିଥିଲା । ତର୍କେଶ୍ୱର ବେହେରା ନିଜର ବଡ ଭାଇ ସନ୍ତୋଷ ବେହେରାଙ୍କ ସଙ୍ଗେ କିଛି ପୂର୍ବ ଶତ୍ରୁତାକୁ ନେଇ ଗାଳି ଗୁଲଜ କରିବା ସହ ହାତାହାତି ହେଇଥିଲା । ଏହା ପରେ ସେ ନିଜ ଘରୁ ଏକ ଟାଙ୍ଗିଆ ଆଣି ଗାଁ ଦଣ୍ଡରେ ଗୋଡ଼ାଇ ଗୋଡ଼ାଇ ସନ୍ତୋଷ ବେକରେ ଚୋଟ ପକାଇଥିଲା । ଏହି ସମୟରେ ସନ୍ତୋଷଙ୍କ ସ୍ତ୍ରୀ ନିଜ ସ୍ବାମୀକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତିକି ବେଳେ ତର୍କେଶ୍ଵର ତାଙ୍କୁ ମଧ୍ୟ ଟାଙ୍ଗିଆ ସାହାଯ୍ୟରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ କୌଣସି ମତେ ସନ୍ତୋଷ ନିଜ ପ୍ରାଣ ବଞ୍ଚାଇ ଚାଲି ଆସିଥିଲେ । ମାତ୍ର ପୁଣି ଥରେ ହତ୍ୟାକାରୀ ସନ୍ତୋଷଙ୍କ ମୁଣ୍ଡରେ ଆଘାତ ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ସ୍ବାମୀଙ୍କୁ ହତ୍ୟା କରାଯିବା ନେଇ ପତ୍ନୀ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୋଲିସ କେଶ ନଂ ୫୦/୧୯, ଧାରା -୩୦୨/୩୦୭/୩୨୩/୫୨୬/୧୧୪ ପ୍ରକାରରେ ଅପରାଧୀକୁ ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା । ଅଦାଲତରେ ସରକାରଙ୍କ ତରଫରୁ ୧୬ ଗୋଟି ସାକ୍ଷ୍ୟ ପ୍ରମାଣ, ଜବତ ହୋଇଥିବା ଟାଙ୍ଗିଆ, ଅନ୍ୟାନ୍ୟ ଜିନିଷ ସାକ୍ଷ ଓ ଦଲିଲକୁ ବିଚାରକୁ ନେଇ ଅପରାଧୀ ତର୍କେଶ୍ୱରକୁ ଏହି ରାୟ ଶୁଣାଇଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଅଦାଲତ D.L.S.A ଗଜପତିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.