ETV Bharat / state

ଗଜପତିରେ ଧସିଲା ପାହାଡ, ଭାଙ୍ଗିଲା 20 ଘର

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତିତିସିଂ-କୁଲମ ଗାଁ ମଝିରେ ମାଟି ପଥର ଧସିଛି । ଏଥିରେ 80 ଘର ପ୍ରଭାବିତ ହୋଇଥିବାବେଳେ 20ଟି ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଥିବା ଜଣାପଡିଛି । ଏହି ମାଟି ପଥର ତଳେ କିଛି ଲୋକ ଫସି ରହିଥିବା ସନ୍ଦେହ ।

author img

By

Published : Oct 24, 2019, 12:26 PM IST

Updated : Oct 24, 2019, 9:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଅଶୁଭ ଅକ୍ଟୋବର । ଗଜପତିରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁଣି ଧସିଲା ପାହାଡ । ଯଦିଓ କୌଣସି ଲୋକଙ୍କ ପ୍ରାଣହାନି ହୋଇନାହିଁ ତଥାପି ବହୁ ଧନ, ଜୀବନ ମାଟି ତଳେ ପୋତି ହୋଇଯାଇଛି । ଏପରିକି 20ଟି ଘର ସମ୍ପୂର୍ଣ୍ଣ ଭାବେ ମାଟି ତଳେ ଚାପି ହୋଇ ରହିଯାଇଥିବା ପ୍ରାଥମିକ ଭାବେ ଜଣାପଡୁଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଗଜପତିରେ ଧସିଲା ପାହାଡ; ଭାଙ୍ଗିଲା 20 ଘର

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଗତ 2ଦିନ ହେବ ଗଜପତି ଜିଲ୍ଲାର ସ୍ଥିତି ସଙ୍ଗିନ ରହିଛି । ବିଶେଷ କରି ବୁଧବାର ରାତିରୁ ବୃଦ୍ଧି ପାଇଛି ବର୍ଷାର ପରିମାଣ । ଫଳରେ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ଯୋଗୁଁ ଜନିଜୀବନ ପ୍ରଭାବିତ ହୋଇଛି । ନୂଆଗଡ ବ୍ଳକର ପି.ଅନ୍ତରଡା ନିକଟରେ ମାଟି ଅତଡା ଧସିବା ଫଳରେ ନୂଆଗଡ, କେରେଡାଙ୍ଗ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସେହିପରି ଗୁମ୍ମା ବ୍ଲକର ବଡକଳାକଟୋ ପଞ୍ଚାୟତର କୁଲଙ୍ଗ ଏବଂ ତିତିସିଂ ନିକଟରେ ପାହାଡ ଧସିଯିବାରୁ 20ଟି ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି । ଏହାସହ 80ରୁ ଅଧିକ ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ କୌଣସି ଲୋକଙ୍କ ପ୍ରାଣହାନୀ ଘଟିନଥିଲେ ମଧ୍ୟ ପ୍ରକୃତିର ଏହି ତାଣ୍ଡବରୁ ରକ୍ଷା ପାଇପାରିନାହାଁନ୍ତି ଗୃହ ପାଳିତପଶୁ । ଅନେକ ସଂଖ୍ୟକ ଗାଈ, ମେଣ୍ଢା, ଛେଳି, କୁକୁଡା ଭଳି ପ୍ରାଣୀ ମାଟି ତଳେ ଚାପି ହୋଇଛନ୍ତି ।

ଏହି ଖବର ପାଇବା ପରେ କୁଲଙ୍ଗରେ ପହଁଞ୍ଚିଥିଲା ପ୍ରଶାସନ । ଡିଆରଡିଏ ପିଡି, ଉପଜିଲ୍ଲାପାଳ ଏବଂ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡୀ କେନ୍ଦ୍ର ଏବଂ ଚର୍ଚ୍ଚଗୃହରେ 2ଟି ଅସ୍ଥାୟୀ ରିଲିଫ କ୍ୟାମ୍ପରେ ରଖିଛନ୍ତି । ସେମାନଙ୍କୁ ଆବଶ୍ୟକୀୟ ପ୍ରାଥମିକ ସହଯୋଗ ପ୍ରଦାନ କରାଯାଇଛି । ଡିଆରଡିଏ ପିଡି ଥିବା ଯୁବ ଆଇଏଏସ ଚଞ୍ଚଲ ରାଣା ଆଣ୍ଠୁଏ ଲେଖାଏଁ କାଦୁଅରେ ପଶି ଧସି ଥିବା ପହାଡ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗସ୍ତଙ୍କ ସହ ଆଲୋଚନା କରିଥିଲେ । ଏହାସହ ଅତିଶୀଘ୍ର କ୍ଷତିଗସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।

ଗତବର୍ଷ ଏହି ଅକ୍ଟୋବରରେ ଦେଖାଦେଇଥିବା ତିତଲି ବାତ୍ୟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଥିଲା । ଫଳରେ ଜୀବନ ହରାଇଥିଲେ 48ଜଣ । ଅନେକ ଗୃହ ପାଳିତ ପଶୁ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହା ସହ ଶହ ଶହ ଘର ମାଟିରେ ମିଶିଥିଲା । ଚଳିତ ବର୍ଷ ପୁଣି ଅକ୍ଟୋବରରେ ଲଗାଣ ବର୍ଷା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ।

ଏଠାରେ ସୂଚନାଯୋଗ୍ୟ, ଗୁରୁବାର ସକାଳ ପ୍ରାୟ 7ଟା ବେଳେ ପାହାଡ ଧସିଥିବାରୁ ଲୋକେ ଏହାର ଶବ୍ଦ ଶୁଣି ଅନ୍ୟତ୍ର ଚାଲିଯାଇଥିଲେ । ତେଣୁ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତୀ ଯାଇଥିଲେ ଗ୍ରାମବାସୀ । ହେଲେ ନିଜର ଅର୍ଜିତ ସମ୍ପତ୍ତି ମାଟି ତଳେ ପୋତି ହୋଇଯାଇଥିବାରୁ ସେମାନଙ୍କ ବଞ୍ଚିବା କଷ୍ଟକର ହୋଇପଡିଥିବା ଗ୍ରାମବାସୀ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

sample description
Last Updated : Oct 24, 2019, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.