ETV Bharat / state

ଲକ୍ଷାଧିକ ଟଙ୍କାର ଶାଗୁଆନ ଏବଂ ଗମ୍ଭାରୀ କାଠ ଜବତ, ୨ ଗିରଫ

author img

By

Published : Aug 8, 2023, 1:01 PM IST

ଲକ୍ଷାଧିକ ଟଙ୍କାର ଶାଗୁଆନ ଏବଂ ଗମ୍ଭାରୀ କାଠ ଜବତ କଲା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ପୋଲିସ । ଏନେଇ ୨ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

lakhs of Teak tree  wood seized
lakhs of Teak tree wood seized
lakhs of Teak tree wood seized

ଗଜପତି: ଗୋଷାଣି ବ୍ଲକ ଗାରବନ୍ଧ ପୋଲିସକୁ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର ଶାଗୁଆନ ଏବଂ ଗମ୍ଭାରୀ କାଠ ଜବତ କଲା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ପୋଲିସ । ଏନେଇ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଗୋପିଲି ଗ୍ରାମର ଏମ୍‌. ଫାଲଗୁନ ଓ ଜି.କୁର୍ମା ରାଓ ।

ସୂଚନା ଅନୁଯାୟୀ, ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ଏବଂ ପୋଲିସ ଟିମ୍ ଗତକାଲି ସନ୍ଧ୍ୟା ସମୟରେ ରମ୍ପା ପଞ୍ଚାୟତ ଅନ୍ତର୍ଗତ ବଡହଂସା ଗ୍ରାମ୍ୟ ପୂର୍ତ୍ତ ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ସନ୍ଦେହ ହେବାରୁ ଏକ ମ୍ୟାକ୍ସ ପିକଅପ୍ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ଗାଡ଼ିରେ ଥିବା କାଠ ଗଣ୍ଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ମାଗିଥିବା ବେଳେ ଗାଡି ଚାଳକ ଏବଂ ବସିଥିବା ଅନ୍ୟ ଜଣେ ବ୍ୟକ୍ତି କୌଣସି ଦସ୍ତାବିଜ ଦେଖାଇ ପାରି ନଥିଲେ ।

ପରେ ଥାନା ଅଧିକାରୀ ଏବଂ ପୋଲିସ ଟିମ୍ ସମସ୍ତ ଯାଞ୍ଚ କରିବା ବେଳେ ଗୋଷାଣି ବ୍ଲକ ସବରା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଏହି କାଠ ଗଣ୍ଡିଗୁଡ଼ିକ ଚାଲାଣ ହେଉଥିବାର ଜାଣି ପାରିଥିଲେ । ଏନେଇ ଚାଲାଣରେ ବ୍ୟବହୃତ ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ସମେତ ଚାଳକ ଓ ଏଥିରେ ବସିଥିବା ବ୍ୟକ୍ତି ଜଣକୁ ଗିରଫ କରି ଥିବା ବେଳେ କାଠକୁ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ୩୧ଖଣ୍ଡ ଶାଗୁଆନ କାଠ ଗଣ୍ଡି ସହିତ ୮ ଗୋଟି ଗମ୍ଭାରି କାଠ ଗଣ୍ଡି ମିଶି ମୋଟ ୩୯ଗୋଟି କାଠ ଗଣ୍ଡି ଚାଲାଣ ହେଉଥିଲା । ଯାହାର କି ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଅନ୍ୟପଟେ ଏନେଇ ୧୫/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବାର ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଅଟକ

ଏନେଇ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ କହିଛନ୍ତି, "ପାଟ୍ରୋଲିଂ ସମୟରେ ସନ୍ଧ୍ୟା ୭ଟା ବେଳକୁ ଲିଙ୍ଗିପୁରରୁ ଆନ୍ଧ୍ର ପ୍ରଦେଶରେ ପଲାସାକୁ ଯାଉଥିଲା । ସନ୍ଦେହରେ ଗାଡିକୁ ଅଟକାଇବାରୁ ସେଥିରେ ଶାଗୁଆନ ଏବଂ ଗମ୍ଭାରୀ କାଠ ଥିବା ଦେଖିବାକୁ ପାଇଥିଲୁ । ଏନେଇ ଗାଡ଼ି ଚାଳକକୁ କାଗଜପତ୍ର ମାଗିଥିବା ବେଳେ କିଛି କାଗଜ ପତ୍ର ଦେଇ ପାରିଲେ ନାହିଁ । ସେଥିପାଇଁ କାଠକୁ ଜବତ କରିବା ସହ ବନ ବିଭାଗକୁ ହସ୍ତାନ୍ତର କରିଛୁ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.