ETV Bharat / state

ଚର୍ଚ୍ଚିତ କୁଣ୍ଡୁଲୁ ହତ୍ୟା ମାମଲା, ଆଉ 5 ଅଭିଯୁକ୍ତ ଗିରଫ - kundulu murder case

ଗଜପତି ଜିଲ୍ଲା କୁଣ୍ଡୁଲୁ ହତ୍ୟା ମାମଲାରେ ସମ୍ପୃକ୍ତ ଆଉ ୫ଜଣକୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କୁଣ୍ଡୁଲୁ ଗାଁର ।

ଚର୍ଚ୍ଚିତ କୁଣ୍ଡୁଲୁ ହତ୍ୟା ମାମଲା, ଆଉ 5 ଅଭିଯୁକ୍ତ ଗିରଫ

author img

By

Published : Oct 1, 2020, 9:09 AM IST

ଗଜପତି: ଚର୍ଚ୍ଚିତ କୁଣ୍ଡୁଲୁ ଗାଁ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ସଫଳତା । ଡାଳିମ୍ବ ଗମାଙ୍ଗ ହତ୍ୟା ମାମଲାରେ ଆଉ 5ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏମାନେ ହେଲେ କୁଣ୍ଡୁଲୁ ଗ୍ରାମର ଅଭି ରଇତ(୩୨), ଜେମ୍ବୁରୁ ରଇତ(୪୫), ସନ୍ୟାସୀ ରଇତ(୪୫), ସୁମ୍ବ୍ରା ମଣ୍ଡଳ(୪୩) ଓ ନୀଳାମ୍ବର ମଣ୍ଡଳ (୨୦) । ଏନେଇ ସୂଚନା ଦେଇଛି ପୋଲିସ ।

ପୂର୍ବରୁ ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର ରଇତକୁ ଗିରଫ କରିଥିଲା ପୋଲିସ । ସୂଚନାଅନୁଯାୟୀ, ଆର.ଉଦୟଗିରି ବ୍ଲକ ଅବାରସିଂ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡୁଲୁ ଗ୍ରାମର ଡାଳିମ୍ବ ଗମାଙ୍ଗ(୬୫)ଙ୍କୁ ଗୁଣିଗାରେଡି କରୁଥିବା ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପୋତି ଦେଇଥିଲେ ।

ଏହି ଘଟଣା ଗତ ଅଗଷ୍ଟ ୯ ତାରିଖରେ ଘଟିଥିଲା । ପରେ ଏନେଇ ମୃତ ଡାଳିମ୍ବ ଗମାଙ୍ଗଙ୍କ ସମ୍ପର୍କୀୟ ବୁଡୁ ଗମାଙ୍ଗ ଆର.ଉଦୟଗିରି ଥାନାରେ ୨୭ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ୪୮ଦିନପରେ ପୋଲିସ ମୃତେଦହ ପୋତା ଯାଇଥିବା ସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସହ ମିଶି କଙ୍କାଳ ଉଦ୍ଧାର କରିଥିଲା । ଏନେଇ ଆର.ଉଦୟଗିରି ଥାନା କେସ ନଂ-୭୬/୨୦୨୦ ଭାରତୀୟ ପିଙ୍ଗଳ କୋଡର ଦଫା- ୩୦୨,୨୦୧ ଓ ୩୪ରେ ମାମଲା ରୁଜୁ କରିଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.